ଗୁଜରାଟରେ ଜଣେ ବ୍ୟକ୍ତି ୨୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ୩୦ ବର୍ଷ ଜେଲ୍ରେ ରହିଛନ୍ତି। କିନ୍ତୁ ପରିଶେଷରେ ସେ ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି। ତେବେ ସବୁଠାରୁ ଦୁଃଖର କଥା ହେଉଛି, ଏହି ବ୍ୟକ୍ତି ଜଣକ ଜେଲ୍ରୁ ବାହାରିଥିଲେ ବି ନିଜ ଜୀବନକୁ ଟିକେ ଭଲ ଭାବେ ଜିଇଁ ପାରିଲେନି। ଜେଲ୍ରୁ ମୁକୁଳିବାର ଦିନକ ପରେ ତାଙ୍କର ମୃତ୍ୟୁ ହୋଇଯାଇଛି।
ବ୍ୟକ୍ତି ଜଣକ ହେଉଛନ୍ତି ପୁଲିସ କନେଷ୍ଟବଳ ବାବୁଭାଇ ପ୍ରଜାପତି। ଅହମଦାବାଦରେ ପୋଷ୍ଟିଂ ସମୟରେ ସେ ୨୦ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ଦୁର୍ନୀତି ନିବାରଣ ଆଇନ ଅଧୀନରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ଏବଂ ୧୯୯୭ରେ ତାଙ୍କ ବିରୋଧରେ ସେସନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଥିଲା। ୨୦୦୨ରେ ତାଙ୍କ ବିରୋଧରେ ଚାର୍ଜଫ୍ରେମ୍ ।
୨୦୦୪ରେ ସେସନ୍ସ କୋର୍ଟ ପ୍ରଜାପତିଙ୍କୁ ୪ ବର୍ଷ ଜେଲ୍ଦଣ୍ଡ ଦେଇଥିଲେ ଏବଂ ୩ ହଜାର ଟଙ୍କା ଜରିମାନା କରିଥିଲେ। ପ୍ରଜାପତି ସେସନ୍ସ କୋର୍ଟଙ୍କ ନିଷ୍ପତ୍ତିକୁ ଗୁଜରାଟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହାପରେ ତାଙ୍କ ଆବେଦନ ହାଇକୋର୍ଟରେ ୨୨ ବର୍ଷ ଧରି ପଡ଼ି ରହିଥିଲା। ଗୁଜରାଟ ହାଇକୋର୍ଟ ଫେବ୍ରୁଆରି ୪ ତାରିଖରେ ପ୍ରଜାପତିଙ୍କୁ ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

