ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ବାଣିଜ୍ୟ ରାଜିନାମା ଢାଞ୍ଚାର ମିଳିତ ବିବୃତି ଆଜି ଜାରି ହୋଇଛି। ଫଳରେ ଆମେରିକାର ଚଢ଼ା ଶୁଳ୍କକୁ ନେଇ ଲାଗି ରହିଥିବା ଦୀର୍ଘଦିନର ଚିନ୍ତା ଦୂର ହୋଇ ସାମୟିକ ଆଶ୍ବସ୍ତି ମିଳିଛି। ଗତ ଅଗଷ୍ଟ ମାସରୁ ଭାରତ ଉପରେ ଆମେରିକା ଯେଉଁ ୫୦ ପ୍ରତିଶତ ଶୁଳ୍କ ଲଗାଇଥିଲା ତାହା ୧୮ ପ୍ରତିଶତକୁ ହ୍ରାସ ପାଇବ। ୫୦ ପ୍ରତିଶତ ଶୁଳ୍କରେ ରୁଷ୍ ତେଲ କିଣା ବାବଦରେ ଲଗାଯାଇଥିବା ୨୫ ପ୍ରତିଶତ ଶୁଳ୍କକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରି ନିଆଯାଇଛି। ନୂଆ ବ୍ୟବସ୍ଥା ଅନୁଯାୟୀ, ଆମେରିକାକୁ ଭାରତ ମସଲା, ଚା, କଫି, ନଡ଼ିଆ ତେଲ, କାଜୁ, କଦଳୀ, ଆମ୍ବ ଛତୁ ଭଳି କେତେକ ଫଳ, ପରିବା ଓ କିଛି ବେକେରି ସାମଗ୍ରୀ ବିନା ଶୁଳ୍କରେ ଭାରତରୁ ରପ୍ତାନି କରାଯାଇ ପାରିବ। ଭାରତ ଆସନ୍ତା ୫ ବର୍ଷରେ ଆମେରିକାରୁ ୫୦୦ ବିଲିଅନ ଡଲାର ମୂଲ୍ୟର ସାମଗ୍ରୀ କିଣିବ। ସେଥିରେ ଶକ୍ତି ଉତ୍ପାଦ, ବିମାନ ଓ ବିମାନର ଉପକରଣ, ମୂଲ୍ୟବାନ ଧାତୁ, ପ୍ରଯୁକ୍ତି ସାମଗ୍ରୀ ଓ କୋକିଂ କୋଲ୍ ରହିଛି।
Related Posts
ବାଇଜୁସ୍ ପ୍ରତିଷ୍ଠାତା ବାଈଜୁ ରବୀନ୍ଦ୍ରନଙ୍କୁ ୬ ମାସ ଜେଲ୍ ଦଣ୍ଡାଦେଶ
ବୁଧବାର ଭାରତର ସବୁଠାରୁ ବଡ଼ ଏଡଟେକ୍ ଷ୍ଟାର୍ଟଅପ୍ କମ୍ପାନୀ ”ବାଇଜୁସ୍”ର ପ୍ରତିଷ୍ଠାତା ବାଈଜୁ ରବୀନ୍ଦ୍ରନଙ୍କୁ ସିଙ୍ଗାପୁରର ଏକ ଅଦାଲତ ୬…
ପାହାଲଗାମ୍ ଆକ୍ରମଣରେ ସମ୍ପୃକ୍ତ ୩ ଆତଙ୍କୀ ନିପାତ
ଶ୍ରୀନଗରର ଲିଡ୍ୱାସ୍ ଅଞ୍ଚଳରେ ସୋମବାର ଦିନ ସୁରକ୍ଷାବଳ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ କରି ‘ଅପରେସନ୍ ମହାଦେବ’ ଅନ୍ତର୍ଗତ ତିନି ଆତଙ୍କବାଦୀଙ୍କୁ…
ପୁଣି ଭୟଙ୍କର ହେଉଛି କରୋନା, ଗଲାଣି ୨ ଜୀବନ!
ପୁଣି ଏସିଆ ମହାଦେଶରେ ବଢ଼ିଲାଣି ସଂକ୍ରମଣ । ପୁରୁଣା ଭୟ ଲୋକଙ୍କ ମନରୁ ହଟିନଥିବା ବେଳେ ପୁଣି ନିଜ କାୟା…

