ପୁଣି ଏସିଆ ମହାଦେଶରେ ବଢ଼ିଲାଣି ସଂକ୍ରମଣ । ପୁରୁଣା ଭୟ ଲୋକଙ୍କ ମନରୁ ହଟିନଥିବା ବେଳେ ପୁଣି ନିଜ କାୟା ବିସ୍ତାର କଲାଣି ଏହି ମହାମାରୀ ।
୨୦୧୯ରୁ ୨୦୨୨ ମଧ୍ୟରେ ପୂରା ବିଶ୍ୱକୁ ପ୍ରଭାବିତ କରିଥିଲା ଏହି ମହାମାରୀ । ପ୍ରଥମେ ଚୀନରେ ଦେଖା ଦେଇଥିବା ଏହି ଭୂତାଣୁ ଧୀରେ ଧୀରେ ପୂରା ବିଶ୍ୱକୁ କବଳିତ କରିଥିଲା ।ଏସିଆ ମହାଦେଶରେ କରୋନା ଭୟ ।
ବଢୁଛି ସଂକ୍ରମଣ, ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଦକ୍ଷିଣ ପୂର୍ବ ଏସିଆର ସିଙ୍ଗାପୁର, ଚୀନ, ଥାଇଲାଣ୍ଡ ଓ ହଂକଂ ଭଳି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । କରୋନାର ଏକାଧିକ ଭ୍ୟାରିଏଣ୍ଟ ଯୋଗୁଁ ସଂକ୍ରମଣ ବଢୁଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏନେଇ ଚୀନ, ଥାଇଲାଣ୍ଡ, ସିଙ୍ଗାପୁରରେ ଆଲର୍ଟ ମଧ୍ୟ ଜାରି କରାଯାଇଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ରିପୋର୍ଟ ଅନୁସାରେ କରୋନା ମହାମାରୀରେ ବିଶ୍ୱରେ ମୋଟ ୭୭ କୋଟି ୭୭ ଲକ୍ଷରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି । ସେଥିମଧ୍ୟରୁ ୭୦ ଲକ୍ଷ ୯୫ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।

