ନିଜ ପିଲାଙ୍କୁ ଭେଟିବାକୁ ଭାରତ ଫେରୁଛନ୍ତି ଅଞ୍ଜୁ

୨୦୧୯ ମସିହାରେ ସୋସିଆଲ ମିଡିଆ ମାଧ୍ୟମରେ ନସରୁଲ୍ଲାଙ୍କୁ ଜାଣିବା ପରେ ତାଙ୍କ ପ୍ରେମରେ ପଡ଼ିଥିଲେ ଅଞ୍ଜୁ। ତା’ପରେ ପ୍ରେମ ସମ୍ପର୍କ ନିବିଡ଼ ହେବାରୁ ଅଞ୍ଜୁ, ସ୍ୱାମୀ ଏବଂ ଦୁଇ ପିଲାଙ୍କୁ ଛାଡ଼ି ଭିସା ନେଇ ପାକ୍ ପଳାଇଥିଲେ।

ଭାରତରୁ ନିଜ ପ୍ରେମିକ ନସରୁଲ୍ଲାଙ୍କ ପାଇଁ ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କର ସେଠାରେ ରହିବାକୁ ୫ ମାସ ହୋଇଗଲାଣି। ଏବେ ପର୍ଯ୍ୟନ୍ତ ସେ ନିଜ ଦେଶ ଭାରତକୁ ଫେରିନହାନ୍ତି। ପୂର୍ବରୁ ନସରୁଲ୍ଳା କହିଥିଲେ ଯେ ଅଞ୍ଜୁଙ୍କ ଭିସା ପ୍ରକ୍ରିୟା ଆରମ୍ଭ

ହୋଇଯାଇଛି। ସେ ଆକ୍ଟୋବର ମାସ ସୁଦ୍ଧା ଭାରତରେ ପହଞ୍ଚିଥାନ୍ତେ। ହେଲେ ଏବେ ନଭେମ୍ବର ଶେଷ ହୋଇ ଡିସେମ୍ବର ହେବାକୁ ବସିଲାଣି, ଏଯାଏ ନିଜ ଦେଶକୁ ଫେରିନାହାନ୍ତି ଅଞ୍ଜୁ। ତେବେ ଏକ ସଦ୍ୟତମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅଞ୍ଜୁ କୁଆଡ଼େ ଏହି ଅଳ୍ପ କିଛି ଦିନ ମଧ୍ୟରେ ଦେଶରେ ପହଞ୍ଚିବେ। ନସରୁଲ୍ଲା କହିଛନ୍ତି ଯେ ସେ ଅଞ୍ଜୁଙ୍କୁ ନିଜେ ୱାଘା ସୀମା ପର୍ଯ୍ୟନ୍ତ ଛାଡ଼ିବାକୁ ଆସିବେ। ସେଠାରେ ଅଞ୍ଜୁ ନିଜ ପିଲାଙ୍କ ସହ ଭେଟ ହେବେ।

ପୁଲିସ୍ର ସବୁ ପ୍ରଶ୍ନର ଉତ୍ତର ଦେବେ। ପିଲାମାନେ ଯଦି ତାଙ୍କ ସହ ପାକିସ୍ତାନ ଆସିବାକୁ ଚାହାନ୍ତି ତ ତାଙ୍କୁ ବି ଆପଣେଇବାକୁ ନସରୁଲ୍ଳା ପ୍ରସ୍ତୁତ। ଯଦି ସେମାନେ ଚାହାନ୍ତି ତ ନିଜ ଇଚ୍ଛାରେ ଭାରତରେ ରହିପାରନ୍ତି। ଅଞ୍ଜୁ କେବଳ ନିଜ ପିଲାଙ୍କ ପାଇଁ ଭାରତ ଯାଉଛନ୍ତି। ତାଙ୍କୁ ନିଜ ପିଲାମାନଙ୍କ କଥା ବହୁତ ମନେପଡୁଛି ବୋଲି ନସରୁଲ୍ଲା କହିଛନ୍ତି।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!