ଆଇଆଇଟିଏଫ୍‌ରେ ଓଡ଼ିଶା ପାଭିଲିୟନକୁ ସ୍ବର୍ଣ୍ଣ ପଦକ

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ଆଇଆଇଟିଏଫ୍)-୨୦୨୩ରେ ସମସ୍ତଙ୍କର ଆକର୍ଷଣ ସାଜିଥିବା ଓଡ଼ିଶା ପାଭିଲିୟନକୁ ମେଳାର ଉଦ୍ଯାପନ ଦିବସରେ ଶ୍ରେଷ୍ଠ ପାଭିଲିୟନ ରୂପେ ସ୍ବର୍ଣ୍ଣ ପଦକରେ ପୁରସ୍କୃତ କରାଯାଇଛି। ଏଥିସହ ଆସାମକୁ ଦ୍ବିତୀୟ ଓ ରାଜସ୍ଥାନକୁ ତୃତୀୟ ପୁରସ୍କାର ମିଳିଛି। ଆଇଟିପିଓର ସିଏମ୍ଡି ପ୍ରଦୀପ ସିଂହ କରୋଲାଙ୍କଠାରୁ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ଓ ଓଡ଼ିଶା ପାଭିଲିୟନର ନିର୍ଦ୍ଦେଶକ ସୂର୍ଯ୍ୟ ରଂଜନ ମହାନ୍ତି ସ୍ବର୍ଣ୍ଣ ପଦକ ଗ୍ରହଣ କରିଥିଲେ।

ପ୍ରଗତି ମଇଦାନର ହଲ୍ ନମ୍ବର ୨ରେ ଓଡ଼ିଶା ପାଭିଲିୟନ ପାଇଁ ଆଇଆଇଟିଏଫ୍ କର୍ତ୍ତୃପକ୍ଷଙ୍କ ଦ୍ବାରା ଆବଣ୍ଟିତ ୫୫୦ ବର୍ଗମିଟର ଏରିଆରେ ନିର୍ମିତ ସୁସଜ୍ଜିତ ବୋଇତ ପ୍ରତ୍ୟେକ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ରାଜ୍ୟ ସରକାରଙ୍କ ସାତଟି ବିଭାଗର କାର୍ଯ୍ୟକୁ ଲାଇଭ୍ ଡେମୋ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ମାତ୍ର ୭ ଦିନରେ ୮୫ ଜଣ କାରିଗରଙ୍କ ଅକ୍ଲାନ୍ତ ପରିଶ୍ରମରେ ଓଡ଼ିଶା ପାଭିଲିୟନକୁ ନିର୍ମାଣ କରାଯାଇଥିଲା।

ଏହାକୁ କୀର୍ତ୍ତି ମହାରଣାଙ୍କ ଦ୍ବାରା ପରିକଳ୍ପନା କରାଯାଇଥିବା ବେଳେ ଫେବ୍ରିକେଶନ କାର୍ଯ୍ୟ ଭୁବନେଶ୍ବର ଭାରତୀ ଚିତ୍ରାଳୟର ଦେବେନ୍ଦ୍ର ପଣ୍ଡାଙ୍କ ଦ୍ବାରା କରାଯାଇଥିଲା। ପାଭିଲିୟନର ସମୁଦାୟ ୨୪ଟି ଷ୍ଟଲ ଓଡ଼ିଶାର ମନ୍ଦିର କଳାର ଶୈଳୀରେ ନିର୍ମିତ ହୋଇଥିଲା।

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!