ଇସ୍ପାତ ଏବଂ ଖଣି ବିଭାଗ କୁ ଗୁରୁତ୍ୱ

ଓଡ଼ିଶା ଏକ ରୂପାନ୍ତରଣ ଯାତ୍ରା ଦେଇ ଗତି କରୁଛି, ଏହି ପରିବର୍ତ୍ତନ ପାଇଁ ଓଏମସି ଏକ ବିଶ୍ୱସ୍ତରୀୟ ବ୍ୟବସାୟିକ ଉତ୍କର୍ଷ ଢାଞ୍ଚା ଗ୍ରହଣ କରିବାକୁ ଚାହୁଁଥିଲା, ଯାହା ପାଇଁ ଆଜି ଏକ ମାଇଲଖୁଣ୍ଟ ହୋଇଛି ଓଏମ୍‌ସି ର ନୂତନ ପଦକ୍ଷେପ ‘ୟୁରୋପୀୟ ଫାଉଣ୍ଡେଶନ ଫର୍ କ୍ୱାଲିଟି ମ୍ୟାନେଜମେଣ୍ଟ କାର୍ଯ୍ୟାନ୍ବୟ’କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଓଏମସି ଅଧ୍ୟକ୍ଷ ତଥା ଇସ୍ପାତ ଏବଂ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଏମ୍‌ସିର ଏମଡି ବଳଓ୍ବନ୍ତ ସିଂହ, ନିର୍ଦ୍ଦେଶକ (ଅର୍ଥ) ସତ୍ୟଜିତ ମହାନ୍ତି, ନିର୍ଦ୍ଦେଶକ (ପରିଚାଳନା) ସବ୍ୟସାଚୀ ମହାନ୍ତି, ନିର୍ଦ୍ଦେଶକ (ପ୍ରୋଜେକ୍ଟ ଓ ପ୍ଲାନିଂ) କ୍ଷୀରୋଦ ଚନ୍ଦ୍ର ବ୍ରହ୍ମାଙ୍କ ସମେତ କାର୍ଯ୍ୟକାରୀ ସହଯୋଗୀ ସଙ୍ଗଠନ ଅଧିକାରୀ ନୀଳାଦ୍ରି ଭଟ୍ଟାଚାର୍ଯ୍ୟ ଏବଂ ନିତେଶ ଜୈନ ପ୍ରମୁଖ ଯୋଗ ଦେଇଥିଲେ।

ବିଶେଷ କରି ନିଗମର ବିକାଶମୂଳକ ତଥା ଯୁଗାନ୍ତକାରୀ ଯାତ୍ରାକୁ ଆହୁରି ସୁଦୃଢ କରିବା ସହିତ ଓଏମସିକୁ ବିଶ୍ୱସ୍ତରରେ ପରିଚିତ କରାଇବା ସହ ବିଶ୍ୱର ପ୍ରସିଦ୍ଧ କମ୍ପାନୀମାନଙ୍କ ମଧ୍ୟରେ ସ୍ଥାନ ଦେବା ଏବଂ ବ୍ୟବସାୟ ଓ ପରିଚାଳନା ଲକ୍ଷ୍ୟ ହାସଲ କରିବା ପାଇଁ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସିତ ଇଏଫକ୍ୟୁଏମ୍ ଫ୍ରେମଓ୍ବାର୍କ ଲାଗୁ କରିଛି। ଏ ସମ୍ପର୍କରେ ଓଏମସିର ଅଧ୍ୟକ୍ଷ କହିଛନ୍ତି, ପ୍ରତିଷ୍ଠା ପରଠାରୁ ଓଏମସି ଅନେକ ସଫଳତା ହାସଲ କରିଛି।

ଓଏମସିକୁ ଏକ ବିଶ୍ୱସ୍ତରୀୟ କମ୍ପାନୀ ହେବା ପାଇଁ ଏକ ବିଶ୍ୱସ୍ତରୀୟ ବ୍ୟବସାୟିକ ଉତ୍କର୍ଷ ଢାଞ୍ଚାକୁ ପଥ ପ୍ରଦର୍ଶକ ନୀତି ଭାବେ ଗ୍ରହଣ କରିଥିବାରୁ ସେ ଅଭିନନ୍ଦନ ଜଣାଇଥିଲେ। ସେହିଭଳି ଓଏମସିର ଏମଡି ବଳବନ୍ତ ସିଂହ କହିଥିଲେ, ଗତବର୍ଷ ୩୦ନିୟୁତ ଟନ୍ କଞ୍ଚାମାଲ ଉତ୍ପାଦନ ସହିତ ଓଏମସିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୫,୦୦୦ କର୍ମଚାରୀ କାର୍ଯ୍ୟରତ ଏବଂ ସରକାରଙ୍କ ୫-ଟି ପଦକ୍ଷେପ ଦ୍ୱାରା ଏହା ଅନୁପ୍ରାଣିତ ହୋଇଛି।,କାରଣ ଆମେ ଓଏମସିରେ ଇଏଫଜେଡଏମ କାର୍ଯ୍ୟାନ୍ବୟନକୁ ଗ୍ରହଣ କରିବାକୁ ଆରମ୍ଭ କରିଛୁ।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!