ନାଲ୍‌କୋ ଆଲୁମିନା ରିଫାଇନେରିକୁ ବ୍ୟବସାୟ ଉତ୍କର୍ଷ ପୁରସ୍କାର

ନବରତ୍ନ ରାଷ୍ଟ୍ରୀୟ ଉଦ୍ୟୋଗ ନାଲ୍‌କୋର ଦାମନଯୋଡିସ୍ଥିତ ଆଲୁମିନା ରିଫାଇନାରି ପ୍ଲାଣ୍ଟ,ବ୍ୟବସାୟ ଉତ୍କର୍ଷ ଅଭ୍ୟାସ ପାଇଁ ସର୍ବୋଚ୍ଚ ସମ୍ମାନ ‘ସିଆଇଆଇ ଏକ୍ସିମ୍‌ ବ୍ୟାଙ୍କ ବିଜ୍‌ନେସ୍‌ ଏକ୍ସିଲେନ୍ସ ପୁରସ୍କାର -୨୦୨୩’ ହାସଲ କରିଛି। ଏହି ପୁରସ୍କାର ଆନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ୟୁରୋପୀୟ ଫାଉଣ୍ଡେସନ ଫର କ୍ୱାଲିଟି ମ୍ୟାନେଜମେଣ୍ଟ (ଇଏଫକ୍ୟୁଏମ)ର ଉତ୍କୃଷ୍ଟତା ମଡେଲ ଉପରେ ଆଧାରିତ। କନଫିଡିରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ଓ ଏକ୍ସପୋର୍ଟ ଇମ୍ପୋର୍ଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏକ୍ସିମ୍‌ ବ୍ୟାଙ୍କ) ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।
ବେଙ୍ଗାଲୁରୁରେ ଆୟୋଜିତ ୩୧ତମ ସିଆଇଆଇ ଏକ୍ସିମ୍‌ ବ୍ୟାଙ୍କ ଗୁଣବତ୍ତା ସମ୍ମିଳନୀରେ ନାଲ୍‌କୋକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନାଲକୋ ଆଲୁମିନା ରିଫାଇନେରିର ସମୂହ ମହାପ୍ରବନ୍ଧକ (ଏ.ଆର) ଇଂ. ପ୍ରମୋଦ ବେହେରା ଯୋଗଦେଇ ଏହି ପୁରସ୍କାର ଗ୍ରହଣ କରିଥିଲେ। ବିଜନେସ୍‌ ଏକ୍ସଲେନ୍ସ ପଦକ୍ଷେପ ଏବଂ ସବୁ ଦିଗରେ ଗୁଣବତ୍ତା ଉତ୍କର୍ଷ ପାଇଁ ପ୍ରୟାସ ଆଲୁମିନା ରିଫାଇନାରିକୁ ଏହି ପୁରସ୍କାରର ବିଜେତା କରିଛି। ରିଫାଇନାରି ପ୍ଲାଣ୍ଟ ଚଳିତ ବର୍ଷ ଏହି ସର୍ବୋଚ୍ଚ ସମ୍ମାନ ହାସଲ କରିବା ପୂର୍ବରୁ ପୂର୍ବବର୍ଷଗୁଡିକରେ ଗୋଲ୍ଡ ପ୍ଲସ୍‌ ଏବଂ ପ୍ଲାଟିନମ୍‌ ମାନ୍ୟତା ପାଇଥିଲା।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!