ଓଡ଼ିଶାରେ ୬୬୦୦ କୋଟି ନିବେଶ କରିବ ୱେଲ୍‌ସ୍ପନ୍‌

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୱେଲ୍‌ସ୍ପନ୍ ଗ୍ରୁପ୍‌ର ୬,୬୦୦ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। କଂପାନି କଟକ ଜିଲ୍ଲାର ‌ଚୌଦ୍ବାରଠାରେ ୩୦୦୦ କୋଟି ଟଙ୍କା ନିବେଶ କରି ଏକ ବୟନ ଶିଳ୍ପ କାରଖାନା ପ୍ରତିଷ୍ଠା କରିବ, ଯେଉଁଥିରେ ୧୦ ହଜାର ଲୋକଙ୍କୁ କର୍ମନିଯୁକ୍ତି ମିଳିବ। ଏହା ଏକ ସମନ୍ବିତ ପ୍ରକଳ୍ପ ହୋଇଥିବାରୁ ସେଥିରେ ସୁତା ତିଆରିଠାରୁ ଆରମ୍ଭ କରି କପଡ଼ା ପ୍ରସ୍ତୁତି ପର୍ଯ୍ୟନ୍ତ ସବୁ କାମ ହେବ। କଂପାନି ଏକ ଗୋଦାମ ଘର ମଧ୍ୟ ପ୍ରତିଷ୍ଠା କରିବ। ରାଜ୍ୟର କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟ ଜିଲ୍ଲାର କପା ଚାଷୀମାନେ ଏହି ପ୍ରକଳ୍ପ ଦ୍ବାରା ଉପକୃତ ହେବେ।

ବୈଠକରେ ଗୋପାଳପୁର ୟୁଟିଲିଟି କରିଡର୍‌କୁ ମଧ୍ୟ ମଞ୍ଜୁର କରାଯାଇଛି। ଗୋପାଳପୁର ବନ୍ଦରରୁ ଟାଟା ଷ୍ଟିଲ୍‌ ଶିଳ୍ପ ପାର୍କ ପର୍ଯ୍ୟନ୍ତ ଥିବା ଶିଳ୍ପ ସଂସ୍ଥା ଓ ଆଗାମୀ ଦିନରେ ଆସିବାକୁ ଥିବା ଶିଳ୍ପଗୁଡ଼ିକର ସଂଯୋଗୀକରଣ ପଥ ନିର୍ମାଣ କରାଯିବ। ଏଥିପାଇଁ ଇପିସି ଟେଣ୍ଡରକୁ ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପର ଟେଣ୍ଡର ମୂଲ୍ୟ ହେଉଛି ୧୨୮.୮୮ କୋଟି ଟଙ୍କା। ପ୍ରକଳ୍ପକୁ ୧୮ ମାସରେ କାର୍ଯ୍ୟକାରୀ କରାଯିବ। ପ୍ରକଳ୍ପରେ ନିୟୋଜିତ କଂପାନି ୧୨୦ ମାସର ରକ୍ଷଣାବେକ୍ଷଣ ଦାୟିତ୍ବ ନେବ। ଏହି ପ୍ରକଳ୍ପରେ ଅଞ୍ଚଳର ସର୍ଭେ, ଆଭ୍ୟନ୍ତରୀଣ ଓ ବାହ୍ୟ ଉନ୍ନତୀକରଣ, ରାସ୍ତା ନିର୍ମାଣ, ପମ୍ପ୍ ହାଉସ୍‌, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଫ୍ଲାଏ ଓଭର ରାସ୍ତା, ଉଜ୍ଜ୍ବଳ ଆଲୋକୀକରଣ, ମୂର୍ତ୍ତିକା ସଂରକ୍ଷଣ ଓ ପାଚେରୀ ନିର୍ମାଣ, କେବୁଲ ଟ୍ରେଞ୍ଚ ଆଦି ଅନ୍ତର୍ଭୁକ୍ତ।

Post Views25 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!