ରିଜର୍ଭ ବ୍ୟାଙ୍କର ନୂଆ ଇଡି ମନୋରଞ୍ଜନ ମିଶ୍ର

ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ସଫଳତାର ସହ କାର୍ଯ୍ୟ କରି ବହୁ ପ୍ରଶଂସା ସାଉଁଟିଥିବା ବେଳେ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ନିଯୁକ୍ତି ପାଇଥିବା ଓଡ଼ିଆଙ୍କ ତାଲିକା ଆହୁରି ଲମ୍ବା ହୋଇଛି। ଓଡ଼ିଶାର ମନୋରଞ୍ଜନ ମିଶ୍ରଙ୍କୁ ରିଜର୍ଭ ବ୍ୟାଙ୍କର ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଚଳିତ ମାସ ପହିଲାରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହୋଇଛି।

ଏହା ପୂର୍ବରୁ ସେ ନିୟାମକ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ। ଇଡି ଭୂମିକାରେ ସେ ପ୍ରବର୍ତ୍ତନ, ବିପଦ ନିରୀକ୍ଷଣ, ବାହ୍ୟ ନିବେଶ ଓ ପରିଚାଳନା ଭଳି ତିନିଟି ବିଭାଗର ଦାୟିତ୍ବରେ ରହିବେ। ରିଜର୍ଭ ବ୍ୟାଙ୍କରେ ଦୀର୍ଘ ତିନି ଦଶଦ୍ଧିରୁ ଅଧିକ ସମୟ ଧରି ସେ କାର୍ଯ୍ୟ କରୁଛନ୍ତି।

ବ୍ୟାଙ୍କ ଓ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ଅନୁଷ୍ଠାନ (ଏନ୍ବିଏଫ୍ସି)ର ନିୟାମକ ବ୍ୟବସ୍ଥା, ବ୍ୟାଙ୍କଗୁଡ଼ିକର ନିରୀକ୍ଷଣ ଓ ମୁଦ୍ରା ପରିଚାଳନା କ୍ଷେତ୍ରରେ ତାଙ୍କର ଗଭୀର ଅଭିଜ୍ଞତା ରହିଛି। ଅର୍ଥନୀତିରେ ସ୍ନାତକ ଡିଗ୍ରି ଓ ବ୍ୟାଙ୍କିଙ୍ଗ ଓ ଫାଇନାନ୍ସରେ ଏମ୍ବିଏ କରିଥିବା ଶ୍ରୀ ମିଶ୍ର ବ୍ରିଟେନ୍ର ଆଷ୍ଟନ ବିଜନେସ୍ ସ୍କୁଲରୁ ଫାଇନାନ୍ସ ଓ ଆର୍ଥିକ ନିୟମ ଉପରେ ମାଷ୍ଟର ଡିଗ୍ରି ହାସଲ କରିଛନ୍ତି। ଅନ୍ୟତମ ଓଡ଼ିଆ ମାଇକେଲ୍ ଦେବବ୍ରତ ପାତ୍ର ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ କାର୍ଯ୍ୟ କରୁଛନ୍ତି। ୨୦୨୦ରେ ରାଧାଶ୍ୟାମ ରଥଙ୍କୁ ରିଜର୍ଭ ବ୍ୟାଙ୍କର ଇଡି ଭାବେ ନିଯୁକ୍ତି ମିଳିଥିଲା।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!