ନଭେମ୍ବର ୧୯ରୁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା

ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମୈଦାନରେ ୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୩ ଅନୁଷ୍ଠିତ ହେବ ।ଆଗାମୀ ନଭେମ୍ବର ୧୯ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଚଳିତ ବର୍ଷର ବିଷୟବସ୍ତୁ ରହିଛି ” ବସୁଧୈବ କୁଟୁମ୍ବକମ୍‌ – ୟୁନାଇଟେଡ୍‌ ବାଇ ଟ୍ରେଡ୍ ” । ଏଥିରେ ଓଡିଶା ଅଂଶଗ୍ରହଣ କରିବା ପାଇଁ ରାଜ୍ୟ ସରକାର ସ୍ବୀକୃତି ପ୍ରଦାନ କରିଛନ୍ତି । ବୈଠକରେ ରାଜ୍ୟ ସରକାରଙ୍କ କୃଷି , ପଞ୍ଚାୟତିରାଜ , ପର୍ଯ୍ୟଟନ , ସଂସ୍କୃତି , ବୟନଶିଳ୍ପ , ଏମଏସଏମଇ , ଏସଟି ଓ ଏସସି ଉନ୍ନୟନ ଆଦି ବିଭାଗର ପ୍ରମୁଖ ଶାସନ ସଚିବ , ସଚିବ , ଆୟୁକ୍ତ ଓ ନିର୍ଦ୍ଦେଶକଙ୍କ ସମେତ ସୂଚନା ଓ ଲୋକସମ୍ପର୍କ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଶଗ୍ରହଣ କରିଥିଲେ ।

ଓଡିଶାର ବାଣିଜ୍ୟିକ ପରମ୍ପରା ବହୁ ପ୍ରାଚୀନ । ପ୍ରାଚୀନ ନୌବାଣିଜ୍ୟ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଓଡିଶାର ହସ୍ତତନ୍ତ , ହସ୍ତଶିଳ୍ପ , ବିଭିନ୍ନ କାରୁକାର୍ୟ୍ୟ ଭାରତର ବିଭିନ୍ନ ରାଜ୍ୟ ସମେତ ବିଶ୍ବବାସୀଙ୍କ ପାଇଁ ଆକର୍ଷଣ ରହିଆସିଛି । ଓଡିଶାର ଜଗନ୍ନାଥ ସଂସ୍କୃତି , ଜନଜାତିଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଆଭୂଷଣ ଓ ଅଳଙ୍କାର ଏବଂ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ପ୍ରଗତିଶୀଳ ଓଡିଶାର କୁଟୀର ଶିଳ୍ପ ସମେତ ଓଡିଶାର ମିଲେଟ , ଅଦା ଓ ହଳଦୀ , କୋରାପୁଟ କଫି , ପର୍ୟ୍ୟଟନ , କ୍ରୀଡ଼ା , ଶିଳ୍ପାୟନ ଆଦିକୁ ଓଡିଶା ପ୍ୟାଭିଲିୟନ ମାଧ୍ୟମରେ ବିଶ୍ବବାସୀଙ୍କ ନିକଟରେ ସଠିକ ଭାବେ ଉପସ୍ଥାପିତ କରିବାକୁ ଉନ୍ନୟନ କମିଶନର ବୈଠକରେ ଉପସ୍ଥିତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ , ସଚିବ ଓ ନିର୍ଦ୍ଦେଶକମାନଙ୍କୁ ପରାମର୍ଶ ଦେଇଥିଲେ ।

ଚଳିତ ବର୍ଷ ବାଣିଜ୍ୟ ମେଳାର ଫୁଡ କୋର୍ଟରେ ମଧ୍ୟ ଓଡିଶା ଅଂଶଗ୍ରହଣ କରି ବିଶ୍ବବାସୀଙ୍କୁ ଓଡିଶାର ଅନନ୍ୟ ସୁସ୍ୱାଦୁ ଖାଦ୍ୟ ଅନୁଭୂତି ପ୍ରଦାନ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଗତବର୍ଷର ବାଣିଜ୍ୟ ମେଳାରେ ଓଡିଶା ପୁରସ୍କୃତ ହୋଇଥିବାରୁ ଚଳିତ ବର୍ଷ ମଧ୍ୟ ଏହି ପରମ୍ପରାକୁ ବଜାୟ ରଖିବାକୁ ଉନ୍ନୟନ କମିଶନର ଗୁରୁତ୍ବାରୋପ କରିଥିଲେ ।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!