ଆଜି ହେଉଛି ଭାରତ ଆଫଗାନିସ୍ତାନ ମଧ୍ୟରେ ଟକ୍କର । ବିଶ୍ବକପ କ୍ରିକେଟରେ ଭାରତ ଖେଳୁଛି ଦ୍ବିତୀୟ ମୁକାବିଲା । ପ୍ରଥମ ଥର ପାଇଁ ଘରୋଇ ପରିବେଶରେ ଆଫଗାନିସ୍ତାନ ଚାଲିଛି ଟକ୍କର । ଦଲ୍ଲୀର ଅରୁଣ ଜେଟଲୀ ଷ୍ଟଲୀ ଷ୍ଟାଡିୟମରେ ଖେଳାଯାଉଛି ମ୍ୟାଚ୍ । ଟସ ଜିତି ଆଫଗାନିସ୍ତାନ ବ୍ୟାଟିଂ କରିବାର ନିଷ୍ପତ୍ତି ହୋଇଛି । ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବାରୁ ଭାରତୀୟ ଦଳର ମନୋବଳ ଦୃଢ ରହିଛି । ଆଜିର ମ୍ୟାଚ ଜିତି ବିଶ୍ବକପରେ ବିଜୟ ଅଭିଯାନ ଜାରି ରଖିବାକୁ ଉଦ୍ୟମ କରିବ ଭାରତ । ଏପଟେ ପ୍ରଥମ ମ୍ୟାଚରେ ବାଂଲାଦେଶଠାରୁ ପରାଜିତ ହୋଇଥିବାରୁ ଆଫଗାନିସ୍ତାନ ଚାପରେ ରହିଛି । ୨୦୧୯ ବିଶ୍ବକପରେ ଆଫଗାନିସ୍ତାନକୁ ହରାଇଥିଲା ଭାରତ । ଭାରତ ସମସ୍ତ ବିଭାଗରେ ଆଫଗାନିସ୍ତାନଠାରୁ ଆଗରେ ରହିଛି ।
Related Posts
ବିଶ୍ଵ କପ୍ ଜିତିଲେ ପ୍ରତି ଭାରତୀୟ ଖେଳାଳିଙ୍କୁ ମିଳିବ ଏକ କୋଟି ଟଙ୍କା
ଆଜି ରାଉରକେଲା ଠାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିଅମ, ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ଆନୁଷ୍ଠାନିକ ଭାବେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ…
ଫୁଟବଲ ଆସୋସିଏସନ୍ ଅଫ୍ ଓଡିଶାର ନୂଆ ସଭାପତି ହେଲେ ଟଙ୍କଧର ତ୍ରିପାଠୀ
ଓଡ଼ିଶା ଫୁଟବଲ ଆସୋସିଏସନ୍ର ନୂଆ ସଭାପତି ଭାବେ ଦାୟିତ୍ଵ ନେଲେ ଵିଜେପି ବିଧାୟକ ଟଙ୍କଧର ତ୍ରିପାଠୀ। ଦାୟିତ୍ଵ ନେଵା ସହ…
ଫିଡେ ଚେସ୍ ମହିଳା ବିଶ୍ୱକପ୍ ଜିତିଲେ ପଦ୍ମିନୀ
ଜର୍ଜିଆର ବାତୁମିରେ ଚାଲିଥିବା ଫିଡେ ଚେସ୍ ମହିଳା ବିଶ୍ୱକପ୍-୨୦୨୫ରେ ଓଡ଼ିଆ ଆଇଏମ୍ ପଦ୍ମିନୀ ରାଉତ (୨୩୫୨) ଦ୍ୱିତୀୟ ରାଉଣ୍ଡରେ ଉନ୍ନତ…

