ଭୁବନେଶ୍ବରରୁ ସମ୍ବଲପୁର…ମାଲକାନଗିରିରୁ ମୟୁରଭଞ୍ଜ । ଗାଁରୁ ପଞ୍ଚାୟତ…ବ୍ଲକରୁ ଜିଲ୍ଲା । ୧୦ ଦିନରେ ୧୪୭ ନିର୍ବାଚନମଣ୍ଡଳୀ । ଜାନୁଆରୀ ଦୁଇ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହଇଥଇବା ବିଜେଡିର ପଦଯାତ୍ରା ଶେଷ ହୋଇଛି । ଗାନ୍ଧୀ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରେ ପଦଯାତ୍ରାର ଶୁଭରମ୍ଭ କରିଥିଲେ । ଏହା ଆଜି ଜୟପ୍ରକାଶ ଜୟନ୍ତୀରେ ଶେଷ ହୋଇଛି । ଜନତାଙ୍କ ପାଖରେ ପହଞ୍ଚିଛନ୍ତି ନେତା, ବିଧାୟକ, ମନ୍ତ୍ରୀ ଆଉ ସାଂସଦ । ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇଛନ୍ତି, ଘରଘର ବୁଲି ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା ଦେଇଛନ୍ତି । ଜନତା ଆଉ ନେତାଙ୍କ ମଧ୍ୟରେ ସୁଦୃଢ ହୋଇଛି ସମ୍ପର୍କ ।
ବିକାଶ ଏକ ନିରନ୍ତର ପ୍ରକ୍ରିୟା, ବିଜେଡ଼ି କ୍ଷମତାରେ ରହିବା ଦିନଠାରୁ ରାଜ୍ୟର ସାମଗ୍ରୀକ ବିକାଶ ଉପରେ ଗୁରୁତ୍ବ ଦେଇଛି । ପଦଯାତ୍ରା ସମୟରେ ସରକାରଙ୍କ ଜନକଲ୍ୟାଣ ଯୋଜନା ବାବଦରେ ଲୋକଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ନେତା ଓ କର୍ମୀ । ଏହି ଅଭିଯାନରେ ସାଂସଦ ଓ ବିଧାୟକଙ୍କ ସହ ଜିଲ୍ଲ ସଭାପତି, ପଞ୍ଚାୟତ-ପୌର ପ୍ରତିନିଧି, ଯୁବ,ଛାତ୍ର, ମହିଳା କର୍ମକର୍ତ୍ତା ସହ କୃଷକ, ଶ୍ରମିକ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ, ସମବାୟ, ଆଇନ, ସଂସ୍କୃତି ଭଳି ବିଭିନ୍ନ ସାମ୍ମୁଖ୍ୟର କର୍ମକର୍ତ୍ତାମାନେ ସାମିଲ୍ ହୋଇଛନ୍ତି । କାଲିଠୁ ମାସେ ବ୍ୟାପୀ ଦଳର ସକ୍ରିୟ ସଦସ୍ୟମାନଙ୍କୁ ନେଇ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଜିଲ୍ଲାପରିଷଦ ଜୋନ୍ ସ୍ତରୀୟ ଓ ପୌରାଞ୍ଚଳ ସ୍ତରରେ ପ୍ରଶିକ୍ଷଣ ଶିବିରମାନ ଆୟୋଜିତ କରାଯିବ । ଏହା ବିଜୁ ଜନତା ଦଳର ରକ୍ତଦାନ, ବୃକ୍ଷରୋପଣ ଭଳି ସାମାଜିକ ଦାୟିତ୍ବବୋଧ ଓ ପରିବେଶ ପ୍ରତିବଦ୍ଧତାର କାର୍ଯ୍ୟକ୍ରମ କରାଯିବ ।



