ପ୍ରଦୂଷଣ ହେତୁ ବିଳମ୍ବରେ ଚାଲିଛି ୧୦୭ ବିମାନ, ୩ ବାତିଲ 

ଭୟଙ୍କର ବାୟୁ ପ୍ରଦୂଷଣ । ଅସ୍ତବ୍ୟସ୍ତ ଜନଜୀବନ । ଆଜି ବି କ୍ରମାଗତ ଭାବେ ପଞ୍ଚମ ଦିନରେ ଦିଲ୍ଲୀର ବାୟୁ ଗୁଣବତ୍ତା ଭୟଙ୍କର ରହିଛି । ସକାଳ ୭ଟା ସୁଦ୍ଧା ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୨୮ ରହିଥିଲା। ଯାହାଫଳରେ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ (IGI) ବିମାନବନ୍ଦରରେ ଦୃଶ୍ୟମାନତା ହାର ସକାଳ ୭.୩୦ରେ ୮୦୦ ମିଟରକୁ ଖସି ଆସିଥିଲା । ଫଳରେ ୧୦୭ଟି ବିମାନ ବିଳମ୍ବ ଓ ୩ଟି ବାତିଲ ହୋଇଛି ।

ଅପରପକ୍ଷେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) କ୍ରମାଗତ ‘ଗୁରୁତର’ ସ୍ତରରେ ରହୁଥିବାରୁ ଶିଶୁ, ବୟସ୍କ ଓ ସାଧାରଣ ଲୋକମାନେ ନାନା ପ୍ରକାର ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହେଉଥିବା ଦେଖାଯାଉଛି। ଏହା ଶ୍ୱାସକ୍ରିୟାଜନିତ ସମସ୍ୟା, ଆଖି ଜଳାପୋଡ଼ା ଓ ହୃଦ୍‌ରୋଗର ଆଶଙ୍କା ସମେତ ଗୁରୁତର ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରୁଥିବାରୁ ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣ ଚିନ୍ତାର ବିଷୟ ପାଲଟିଛି । ଡାକ୍ତରଖାନାଗୁଡ଼ିକରେ ଏହି ଧରଣର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!