ପୁରାତନ ଶିଳ୍ପସଂସ୍ଥା ବିର୍ଲା ଟାୟାର୍ସକୁ ହାତକୁ ନେଲା ହିମାଦ୍ରୀ

ବାଲେଶ୍ୱରର ପୁରାତନ ଶିଳ୍ପସଂସ୍ଥା ବିର୍ଲା ଟାୟାର୍ସର ନୂଆ ମାଲିକାନାକୁ ଏଚ୍ଏସ୍ସିଏଲ୍ (ହିମାଦ୍ରୀ ସ୍ପେସାଲିଟି କେମିକାଲ୍ସ ଲିମିଟେଡ୍) ହାତକୁ ନେଇଛି। ଦୀର୍ଘଦିନ ଧରି ବନ୍ଦ ପଡ଼ିଥିବା ବିର୍ଲା ଟାୟାର୍ସକୁ କିଣିବା ପାଇଁ ଏଚ୍ଏସ୍ସିଏଲ୍ ଆଗ୍ରହ ଦେଖାଇବା ପଛରେ କମ୍ପାନି ଅଧୀନ ୧୮୧ ଏକରର ମୂଲ୍ୟବାନ ଜମି, ବିଶାଳ କାରଖାନା ସହ ଆବଶ୍ୟକ ଶିଳ୍ପ ଭିତ୍ତିଭୂମି କାରଣ ବୋଲି କୁହାଯାଉଛି।

ଜାତୀୟ କମ୍ପାନି ଆଇନ ପ୍ରାଧିକରଣ (ଏନ୍ସିଏଲ୍ଟି) ନିର୍ଦ୍ଦେଶକ୍ରମେ ବିର୍ଲା ଟାୟାର୍ସ ପରିସରରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, ବାଲେଶ୍ବର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ, ବାଲେଶ୍ବର ଏସ୍ପି ସାଗରିକା ନାଥଙ୍କ ଉପସ୍ଥିତିରେ ଏଚ୍ଏସ୍ସିଏଲ୍କୁ ଏନ୍ସିଏଲ୍ଟି କୋଲକାତା ବେଞ୍ଚର ରିଜୋଲ୍ୟୁସନ୍ ପ୍ରଫେସନାଲ୍ସ ବିର୍ଲାର ସମସ୍ତ କାଗଜପତ୍ର ହସ୍ତାନ୍ତର କରିଛନ୍ତି।

କମ୍ପାନି ଚାଲୁ ହେବା ପରେ ଚାକିରି ହରାଇଥିବା କର୍ମଚାରୀଙ୍କୁ ପୁନଃନିଯୁକ୍ତି ମିଳିବ ବୋଲି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି। ଏଚ୍ଏସ୍ସିଏଲ୍ ବ୍ୟାଙ୍କରେ ଥିବା ବିର୍ଲା ଟାୟାର୍ସର ୩୮୦ କୋଟିରୁ ଅଧିକ ଟଙ୍କାର ଋଣ ପରିଶୋଧ କରିଛି। ଏହା ସହିତ ବିର୍ଲା ଟାୟାର୍ସର କର୍ମଚାରୀଙ୍କୁ ସେମାନଙ୍କର ବକେୟା ଦରମା ମଧ୍ୟ ଦେଇଛି।

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!