ଉମାଶଙ୍କର ଦାଶ ହେଲେ ଡିଆଇଜି ଏସ୍‌ଆଇଡବ୍ଲ୍ୟ

ଭାରତୀୟ ପୁଲିସ ସେବା(ଆଇପିଏସ୍) ସ୍ତରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଦଳବଳ କରାଯାଇଛି। ୨୦୦୮ ବ୍ୟାଚ୍ର ଆଇପିଏସ୍ ତଥା ଭୁବନେଶ୍ବର-କଟକ କମିସନରେଟ୍ ପୁଲିସର ଏସିପି ଉମାଶଙ୍କର ଦାଶଙ୍କୁ ଡିଆଇଜି ଏସ୍ଆଇଡବ୍ଲ୍ୟ ଭାବେ ଅବସ୍ଥାପିତ କରାଯାଇଥିବାବେଳେ ତାଙ୍କ ସ୍ଥାନରେ ବ୍ରିଜେଶ କୁମାର ରାୟଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

୧୯୮୮ ବ୍ୟାଚ୍ର ଆଇପିଏସ୍ ଅରୁଣ କୁମାର ରାୟଙ୍କୁ କଟକସ୍ଥିତ ସରକାରୀ ପ୍ରେସ୍ ନିର୍ଦେଶକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ସେହିପରି ୧୯୮୯ ବ୍ୟାଚ୍ର ପୁଲିସ ଅଧିକାରୀ ଅମୃତ ମୋହନ ପ୍ରସାଦଙ୍କୁ ଏଚ୍ଆରପିସି ଡିଜିରୁ ବଦଳି କରାଯାଇ ଜେଲ ବିଭାଗ ଡିଜି ଭାବେ ଅବସ୍ଥାପିତ କରାଯାଇଛି।

ସେହିପରି ସରକାରୀ ପ୍ରେସ୍ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଲଳିତ ଦାସଙ୍କୁ ଏଚ୍ଆର୍ପିସି ଏଡିଜି ଭାବେ ବଦଳି କରାଯାଇଛି। ଆଇପିଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ଅରୁଣ ରାୟ ହେଲେ ସରକାରୀ ପ୍ରେସ ନିର୍ଦେଶକ। ଅମୃତ ମୋହନ ପ୍ରସାଦ ହେଲେ ଜେଲ ବିଭାଗ ଡିଜି। ଲଳିତ ଦାସ ହେଲେ ଏଚଆରପିସି ଏଡିଜି। ବ୍ରିଜେଶ କୁମାର ରାୟ ହେଲେ ଅତିରିକ୍ତ ପୁଲିସ କମିଶନର।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!