ମହୁଲରେ ପ୍ରସ୍ତୁତ ହେଉଛି ରସଗୋଲା

ମହୁଲି ମଦ ବିଷୟରେ ସମସ୍ତେ ଜାଣନ୍ତି, ହେଲେ ମହୁଲ ଫୁଲ ରସରୁ କେକ୍, ବିସ୍କୁଟ, କୁକିଜ୍, ରସଗୋଲା, ଗୁଲାବଜାମୁନ ଏବଂ ଆଚାର ବି ପ୍ରସ୍ତୁତ ହେଉଛି । ଏନେଇ ସମ୍ବଲପୁର ବିଶ୍ବବିଦ୍ୟାଳୟ ଏବଂ ଖାଦ୍ୟ ସୁରକ୍ଷା କର୍ତ୍ତୁପକ୍ଷ କରିଛନ୍ତି ଅନୁମୋଦନ । ଲେମନ ଗ୍ରାସ ସହ ମହୁ ଚାଷ ଭଳି ମୂଲ୍ୟଯୁକ୍ତ ଉତ୍ପାଦନ ବି ହେଉଛି । ଜଙ୍ଗଲ ସୁରକ୍ଷା, ଜଙ୍ଗଲ ଅଧିବାସୀଙ୍କ ଜୀବନ ଜୀବିକା ପାଇଁ କାମ କରୁଛି ଓଡ଼ିଶା ବନାଞ୍ଚଳ ଉନ୍ନୟନ ସମିତି । ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପର ସଫଳତା ପରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ । ଏଥିରେ ଯୋଡ଼ି ହୋଇଛନ୍ତି ବନ ସୁରକ୍ଷା ସମିତି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଏନଜିଓ । ପ୍ରଥମ ପର୍ଯ୍ୟାୟରେ ୩୭ଟି ବିଭାଗ ସହ ମିଶି ସମିତି ୧୨୦୩ କୋଟି ଟଙ୍କାର ପ୍ରକଳ୍ପ ସାରିବା ସହ ୪୫ଲକ୍ଷ ଲୋକେ ଏଥିରେ ଉପକୃତ ହୋଇଛନ୍ତି । ରାଜ୍ୟରେ ଥିବା ୧୬ହଜାର ବନ ସୁରକ୍ଷା ସମିତି ଓ ପ୍ରାୟ ୮୦୦ ଇକୋ-କ୍ଲବ ଥିବା ବେଳେ ଏବେ ସୁଦ୍ଧା ବନାଞ୍ଚଳ ସମିତି ୬ହଜାର ବନ ସୁରକ୍ଷା ସମିତିକୁ ଅନ୍ତର୍ଭୁକ୍ତ କରିଛନ୍ତି ।

୨୦୧୮ରୁ ଆରମ୍ଭ ହୋଇଥିବା ଯୋଜନା ଜରିଆରେ ୧.୨୭ଲକ୍ଷ ହେକ୍ଟର ଉଜୁଡ଼ା ଜଙ୍ଗଲ ସବୁଜିମା ହୋଇଛି । ୨୦୨୨-୨୩ ବର୍ଷରେ ୧୭୬୩ ସ୍ବୟଂ ସହାୟକ ଗୋଷ୍ଠୀ, ୬୪୧୫ଜଣ ଅତି ଗରିବ ଶ୍ରେଣୀର ଲୋକ ଉପକୃତ ହୋଇଛନ୍ତି । ଜଙ୍ଗଲ ଉପରେ ନିର୍ଭର କରୁଥିବା ଅଧିବାସୀମାନଙ୍କ ଆୟ ବୃଦ୍ଧି ପାଇଁ ଜଙ୍ଗଲଜାତ ଦ୍ରବ୍ୟରେ ମୂଲ୍ୟ ଯୁକ୍ତ କରି ମାର୍କେଟି ଜରିଆରେ ମଲ୍ଟି-ପ୍ରଡ଼କ୍ଟ କ୍ଲଷ୍ଟର ମଧ୍ୟ କାମ କରୁଛି । ଦ୍ବିତୀୟ ପର୍ଯ୍ୟାୟ ପ୍ରକଳ୍ପରେ ନିରନ୍ତର ଜଙ୍ଗଲ ପରିଚାଳନା ସହ ଜୀବିକା ଉନ୍ନୟନ କାର୍ଯ୍ୟକ୍ରମକୁ ଗୋଟିଏ ପ୍ଲାଟଫର୍ମରେ ଅଣାଯାଇଛି । ରାଜ୍ୟ ସରକାରଙ୍କ ନିଜସ୍ବ କାର୍ଯ୍ୟକ୍ରମ ଆମ ଜଙ୍ଗଲ  ଯୋଜନା ଜରିଆରେ ବି ଜଙ୍ଗଲର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି ।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!