ଆପଣଙ୍କ ଗାଁରେ ବି ଖୋଲିବ ବ୍ୟାଙ୍କ

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୯ଟି ପ୍ରସ୍ତାବରେ ମୋହର ବାଜିଛି । ବର୍ଷେ ମଧ୍ୟରେ ରାଜ୍ୟର ୪ହଜାର ୩୩୭ ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତରେ ସରକାର ବ୍ୟାଙ୍କିଂ ସେବା ଯୋଗାଇ ଦେବେ। ୫ଶହ କୋଟି ଟଙ୍କା ବଜେଟ୍ ସହାୟତାରେ ୬ଟି ପବ୍ଲିକ ସେକ୍ଟର ବ୍ୟାଙ୍କ ସହିତ ସମନ୍ବୟ ରକ୍ଷା କରି ସିଏସପି ପ୍ଲାନ୍ ବ୍ୟାଙ୍କିଂ ଆଉଟଲେଟ୍ ଖୋଲାଯିବ। ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବ ଯୋଜନା । ବ୍ୟାଙ୍କିଂ ସେବା ପାଇଁ ରାଜ୍ୟ ସରକାର ୫ବର୍ଷ ପର୍ଯ୍ୟନ୍ତ ନିଶୁଳ୍କ ଗୃହ ପ୍ରଦାନ କରିବେ। ଏହାସହ ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଓ ୩ବର୍ଷ ପାଇଁ ଆବର୍ତ୍ତୀ ଖର୍ଚ୍ଚ ବହନ କରିବେ। ଏହି ଯୋଜନାରେ ମାଗଣାରେ ସମସ୍ତ ପ୍ରକାର ବ୍ୟାଙ୍କିଂ ସେବା ପାଇପାରିବେ। ଏହାଦ୍ବାରା ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ଗର୍ଭବତୀ ମହିଳା ଡୋର୍ ଷ୍ଟେପ୍ ବ୍ୟାଙ୍କିଂ ସେବା ପାଇପାରିବେ।

ସେହିପରି ଦୁର୍ଗମ ଅଞ୍ଚଳରେ ତ୍ବରିତ ଇଣ୍ଟରନେଟ୍ ସେବା ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ଓଡ଼ିଶା ମୋବାଇଲ୍ ଟାଓ୍ବାର ଏବଂ ଟେଲିଗ୍ରାଫ୍ ଲାଇମ୍ ଓଏଫସି ଓ ଏସଂପର୍କିତ ଟେଲିକମ୍ ଇନଫ୍ରାଷ୍ଟ୍ରକ୍ଚର ପଲିସି, ୨୦୧୭ ପ୍ରଣୟନ କରାଯାଇଥିଲା। ଏଥିରେ କିଛି ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଏଥିରେ ଭିତ୍ତିଭୂମି ସୁଦୃଢ଼ କରିବା ସହ ପରିଚାଳନାଗତ ସଂସ୍ୟାର ସମାଧାନ କରି ରାଜ୍ୟରେ ଫାଇଭ୍-ଜି ସେବାର ତ୍ବରିତ ପ୍ରସାର କରାଯିବ।

ଏଥିସହ ଅଣୁ, କ୍ଷୁଦ୍ର ଓ ମଧ୍ୟମ ବିଭାଗର ଓଡ଼ିଶା ଶିଳ୍ପ ସେବା ବା ଓଆଇଏସ୍ କ୍ୟାଡର, ଶିଳ୍ପ ସଂପ୍ରସାରଣ ଅଧିକାରୀ ବା ଆଇପିଓ କ୍ୟାଡର ଏବଂ ଶିଳ୍ପ ପର୍ଯ୍ୟବେକ୍ଷକ ବା ଆଇଏସ୍ କ୍ୟାଡରର ପୁନର୍ବିନାସ ପ୍ରସ୍ତାବରେ ମୋହର ଲାଗିଛି । ସେହିପରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ବିଭାଗ ଇଡକୋଠାରୁ ୩୫୦ କୋଟି ଟଙ୍କା ମୂଲ୍ୟରେ ଓ-ହବ୍ ଅଟ୍ଟାଳିକା କ୍ରୟ ପ୍ରସ୍ତାବ ମଂଜୁର ହୋଇଛି । ଶକ୍ତି ବିଭାଗକୁ ଶକ୍ତି ପରିବର୍ତ୍ତନ ଓ ସବୁଜ ହାଇଡ୍ରୋଜେନ୍ ଦୁଇଟି ନୂତନ ବିଷୟ ବଣ୍ଟନ କରିବା ପାଇଁ ଓଡ଼ିଶା ସରକାରୀ କାର୍ଯ୍ୟ ନିୟମାବଳୀରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି ।

Post Views77 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!