ଧାବିକା ଦୂତି ଚାନ୍ଦଙ୍କୁ ହୋଇଥିଲା କ୍ୟାନସର । ପ୍ରାରମ୍ଭିକ ଅବସ୍ଥାରେ ଚାଲିଥିଲା ଚିକିତ୍ସା । ଚିକିତ୍ସା ସମୟରେ ଖେଳ ଛାଡ଼ିଦେବାକୁ ପରାମର୍ଶ ଦେଇଥିଲେ ଫିଜିଓଥେରାପିଷ୍ଟ । ତେବେ ଔଷଧ ଖାଇବା ପରେ କମିଥିଲା ଯନ୍ତ୍ରଣା । ମେଡିସିନ ଖାଇବାର ୧୦ଦିନ ପରେ ଡୋପ ଟେଷ୍ଟ ପାଇଁ ସାମ୍ପୁଲ ନେଇଥିଲା ନ୍ୟାସନାଲ ଆଣ୍ଟିଡୋପିଂ ଏଜେନ୍ସି । ତେବେ ଡୋପିଂ ଟେଷ୍ଟରେ ରିପୋର୍ଟ ପଜିଟିଭ୍ ଆସିଥିଲା । ଡୋପିଂ ଟେଷ୍ଟରେ ବିଫଳ ହେବା ନେଇ ଧାବିକା ଦୂତି ଚାନ୍ଦ ଦୁଃଖିତ । ସେ କହିଛନ୍ତି ଏହି ଖବର ଶୁଣିବା ପରେ ଅତ୍ୟନ୍ତ ମର୍ମାହତ । ଡୋପିଂ ଟେଷ୍ଟରେ କେବେ ଫେଲ୍ ହୋଇ ନଥିଲି । । ମୋତେ ଲେବଲ-୧ କ୍ୟାନସର ବି ହୋଇଥିଲା । ଏନେଇ ମୁଁ ଏମଆଇଆଇ ଓ ଅଲଟ୍ରାସାଉଣ୍ଡ ବି କରିଥିଲି । ଏନେଇ ଡାକ୍ତର ବି ସୂଚନା ଦେଇଥିଲେ । ସେ କ୍ରୀଡ଼ା ଛାଡି ଦେବାକୁ ବି ପରାମର୍ଶ ଦେଇଥିଲେ । ସେ ପରାମର୍ଶ ଦେବା ପରେ ମୁଁ ପେନ୍ କିଲର ମେଡିସିନ ଖାଇବା ଆରମ୍ଭ କରିଥିଲି ବୋଲି କହିଛନ୍ତି ଦୂତି । ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି ଦୂତି ।

