ବଡ଼ଦେଉଳ ପାଇଁ ଡ୍ରେସକୋଡ୍

ପୁରୀ…ଶ୍ରୀକ୍ଷେତ୍ର,ପୁରୁଷୋତ୍ତମ କ୍ଷେତ୍ର, ଶଙ୍ଖ କ୍ଷେତ୍ର,କାଳିଆର କ୍ଷେତ୍ର। ଶରଧାବାଲିରେ ପାଦ ନପଡ଼ିଲେ ମୋକ୍ଷପ୍ରାପ୍ତି ନହେବାର ବିଶ୍ବାସ ରହିଛି ।  ଭାରତର ଚାରି ଧାମ ମଧ୍ୟରେ ଗୋଟିଏ ହେଲା ପୁରୀ ଜଗନ୍ନାଥ ଧାମ । ଦେଶ ବିଦେଶରୁ ଭଗବାନଙ୍କ ଦର୍ଶନ ପାଇଁ ଏଠାକୁ ପ୍ରତିଦିନ ଛୁଟିଆସନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । କାଳିଆର ଷାଠିଏ ପଉଟି ଭୋଗ, କାଳିଆର ବଡ଼ଦାଣ୍ଡ, କାଳିଆର ପତିତପାବନ, କାଳିଆର ଚକାଡୋଳାର ଭାବରେ ବନ୍ଧା ଏ ସାରା ଜଗତ । ଯେତେ ଦେଖିଲେ ବି କାଳିଆକୁ ଦର୍ଶନ କରିବାର ଭୋକ ମରେନି । ସେଥିପାଇଁ ରାତି ପାହିଲେ ସିଂହଦୁଆର ଆଗରେ ଲାଗିଯାଏ ଭକ୍ତଙ୍କ ଲମ୍ବାଧାଡ଼ି  ।  କୋଟିକୋଟି ଜଗନ୍ନାଥପ୍ରେମୀଙ୍କ ପାଇଁ କାଳିଆ ଦର୍ଶନରେ ନୂଆ କଟକଣା ଲାଗୁ ହେବାକୁ ଯାଉଛି  ।

ଏଣିକି ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତଙ୍କୁ ପିନ୍ଧିବାକୁ ପଡିବ ଶାଳୀନତାପୂର୍ଣ୍ଣ ପୋଷାକ। ନହେଲେ ଶ୍ରୀମନ୍ଦିର ଭିତରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । ଏଭଳି ନୂଆ ନିୟମ ଆଣିଛି ଶ୍ରୀମନ୍ଦିର ପ୍ରଶାସନ। ଭକ୍ତଙ୍କୁ ଏନେଇ ସଚେତନ କରାଯାଉଥିବାବେଳେ ୨୦୨୪ ଜାନୁଆରୀ ପହିଲାରୁ କଡ଼ାକଡ଼ି ଭାବେ ଏହି ନିର୍ଦ୍ଦେଶ ଲାଗୁ ହେବ । ସିଂହଦ୍ବାରରେ ଶ୍ରୀଜଗନ୍ନାଥ ମନ୍ଦିର ପୁଲିସ  ଓ ଶ୍ରୀମନ୍ଦିର ଭିତରେ ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକକୁ ତଦାରଖ କରିବେ  । ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତମାନେ ଶାଳୀନତାପୂର୍ଣ୍ଣ ଡ୍ରେସ୍‌ ପିନ୍ଧିବେ।  କୌଣସି ଚିରାଫଟା ଓ ହାପ୍‌ ପ୍ୟାଣ୍ଟ ପିନ୍ଧି ଯାଇପାରିବେ ନାହିଁ । ୧୨ ବର୍ଷରୁ କମ୍‌ ପିଲା ହାପ୍‌ ପ୍ୟାଣ୍ଟ ପିନ୍ଧି ପାରିବେ। ଯେଉଁମାନେ ଶାଳୀନତା ପୂର୍ଣ୍ଣ ଡ୍ରେସ୍‌ ପିନ୍ଧିନଥିବେ, ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ।

ଖାଲି ପୁରୀରେ ନୁହେଁ, ଦେଶର ବିଭିନ୍ ମନ୍ଦିରରେ ବି ରହିଛି ଡ୍ରେକ କୋଡ୍  । ଆସନ୍ତୁ ଜାଣିବା ଦେଶର କେଉଁ ମନ୍ଦିରରେ ରହିଛି ଏପରି କଟକଣା-

 

ପଦ୍ମନାଭସ୍ୱାମୀ ମନ୍ଦିର:

ଭାରତର ଅନ୍ୟତମ ଧନି ମନ୍ଦିର ‘ପଦ୍ମନାଭସ୍ୱାମୀ’ରେ ଶ୍ରଦ୍ଧାଳୁଙ୍କୁ ଧଳା ରଂଗର ଡ୍ରେସ୍‌ କୋର୍ଡ ପିନ୍ଧି ପ୍ରବେଶ କରିବାକୁ ହୋଇଥାଏ। ଭଗବାନ ବିଷ୍ଣୁଙ୍କ ଏହି ମନ୍ଦିର ଭିତରକୁ ଶ୍ରଦ୍ଧାଳୁମାନେ ପ୍ରବେଶ ସମୟରେ ହାତରେ ଆଉ କିଛି ନଥାଏ। ରାଜଧାନୀ ଥିରୁଅନନ୍ତପୁରମସ୍ଥିତ ଏହି ମନ୍ଦିରରେ ଏତେ ସୁନ୍ଦର ବ୍ୟବସ୍ଥା ହୋଇଛି ଯେ, ସେବାୟତମାନେ ମଧ୍ୟ ଭକ୍ତଙ୍କୁ କୌଣସି ପ୍ରକାରର ରାଶି ମାଗି ନଥାନ୍ତି। କାରଣ ମନ୍ଦିର ଭିତରକୁ ମନିପର୍ସ ନେବା ବାରଣ ଥାଏ।

ସବରିମାଳା ମନ୍ଦିର:

ସବରିମାଳା ମନ୍ଦିରରେ ମଧ୍ୟ ଭକ୍ତଙ୍କ ପାଇଁ କଟକଣା ରହିଛି । ପାଥନାମଥିତା ଜିଲ୍ଳା ଅନ୍ତର୍ଗତ  ସବରିମାଳା ପାହାଡ଼ରେ ଭଗବାନ ଆୟପ୍ପାଙ୍କ ମନ୍ଦିରରେ ସେବାୟତ, ମନ୍ଦିର କର୍ମଚାରୀ ଓ ଶ୍ରଦ୍ଧାଳୁଙ୍କ ପାଇଁ କଳା ରଂଗର ଡ୍ରେସ କୋର୍ଡ ଲାଗୁ ହୋଇଛି।

ଦକ୍ଷିଣ କନ୍ନଡ

କର୍ଣ୍ଣାଟକ ଦକ୍ଷିଣ କନ୍ନଡ ଜିଲ୍ଳାରେ ଥିବା ୨୧୧ଟି ମନ୍ଦିରରେ ଡ୍ରେସ୍‌ କୋର୍ଡ ଲାଗୁ ହୋଇଛି । ଏହି ନିୟମ ଲାଗୁ ହେବା ପରେ ଦକ୍ଷିଣ କନ୍ନଡ ଜିଲ୍ଲାର ମନ୍ଦିର ଗୁଡ଼ିକ ବୁଲିବାକୁ ହେଲେ ଡ୍ରେସ୍‌ କୋଡକୁ ସମ୍ମାନ ଦେବା ବାଧ୍ୟତାମୂଳକ। ହିନ୍ଦୁ ଧର୍ମର ମୂଲ୍ୟବୋଧକୁ ଦୃଷ୍ଟିରେ ଏଭଳି ବ୍ୟବସ୍ଥା କରାଯାଇଛି। ମହିଳା ଭକ୍ତମାନେ ଶାଢ଼ି ପିନ୍ଧିବେ। ଦକ୍ଷିଣ କନ୍ନଡର ମନ୍ଦିରରେ ଡ୍ରେସ୍‌ କୋର୍ଡ ଲାଗୁ କରିବା ପାଇଁ ଦୀର୍ଘ ଦିନରୁ ବଜରଂଗ ଦଳ ଅଭିଯୋଗ କରିଆସୁଥିଲା । ସରକାରଙ୍କ ଦ୍ୱାରା ଏହା ମଂଜୁରୀ ହେବା ପରେ ଡ୍ରେସ୍‌ କୋର୍ଡ ଲାଗୁ କରାଯାଇଛି। ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ଦକ୍ଷିଣ କନ୍ନଡ ଜିଲ୍ଲାର କଟିଲ ଦୁର୍ଗାପରମେଶ୍ୱରୀ ମନ୍ଦିର ଓ ପୋଲାଲି ରାଜେଶ୍ୱରୀ ମନ୍ଦିରରେ ଡ୍ରେସ୍‌ କୋର୍ଡ ଲାଗୁ ହୋଇଛି।

ଇସ୍କନ:

ବିଶ୍ୱବ୍ୟାପୀ ଇସ୍କନ ମନ୍ଦିରରେ ଏହାର ସଦସ୍ୟମାନେ ଡ୍ରେସ୍‌ କୋର୍ଡ ପିନ୍ଧିଥାନ୍ତି। କିନ୍ତୁ ଶ୍ରଦ୍ଧାଳୁଙ୍କ ପାଇଁ ଏହି ନିୟମ କୋହଳ କରାଯାଇଛି। ରାଜ୍ୟର ମହିମା ପୀଠ ଗୁଡ଼ିକରେ ମଧ୍ୟ ଡ୍ରେସ କୋଡ ବ୍ୟବସ୍ଥା ରହିଛି। ହେଲେ ମହିମା ଧର୍ମର ମନ୍ଦିର ଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କୁ ଡ୍ରେସ କୋର୍ଡ ପାଇଁ ବାଧ୍ୟ କରାଯାଇ ନଥାଏ। ଶ୍ରାବଣ ମାସରେ ଯେତେବେଳେ ଶ୍ରଦ୍ଧାଳୁମାନେ ଜଳ ଭାର ଧରି ଶିବାଳୟକ ଯାଇଥାନ୍ତି, ସେମାନେ ନିଜସ୍ୱ ଇଚ୍ଛାରେ ଡ୍ରେସ କୋଡ ପିନ୍ଧିଥାନ୍ତି। ଅନେକ ଶ୍ରଦ୍ଧାଳୁ କିନ୍ତୁ ସାଧାରଣ ପୋଷାକରେ ବୋଲବମ୍‌ରେ ସାମିଲ ହୋଇଥାନ୍ତି।

ମଥୁରା:

ଆଗ୍ରାର ଅନେକ ମନ୍ଦିରରେ ଛୋଟ ପୋଷାକ ପିନ୍ଧିବା ଉପରେ ବାରଣ କରାଯାଇଛି। ଏହା ସହିତ ଭକ୍ତମାନଙ୍କୁ ମନ୍ଦିରରେ ଭାରତୀୟ ପରମ୍ପରା ଅନୁଯାୟୀ ପୋଷାକ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗ୍ରାସ୍ଥିତ କୈଳାଶ ମହାଦେବ ମନ୍ଦିର ସମେତ ଅନେକ ମନ୍ଦିରରେ ଛୋଟ ପୋଷାକରେ ମନ୍ଦିର ପରିଦର୍ଶନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଆଗ୍ରା ପରି ମଥୁରାର ରାଧା ବଲ୍ଲଭ ସମେତ ଅନେକ ମନ୍ଦିରରେ ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଛି। ଭକ୍ତମାନଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଯଦି ସେମାନେ ମନ୍ଦିରକୁ ଆସନ୍ତି, ତେବେ ସେମାନେ ଭାରତୀୟ ପରମ୍ପରା ଅନୁଯାୟୀ ପୋଷାକ ପିନ୍ଧିବା ଉଚିତ୍, ନଚେତ୍ ସେମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ଦିଆଯିବ ନାହିଁ। ଏଥିପାଇଁ ମନ୍ଦିର

 

Post Views72 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!