ଧନତେରାସରେ କ’ଣ କିଣିବେ ?

ଆଜି ଧନତେରାସ। ସୌଭାଗ୍ୟ ବା ଧନର ଦିବସ ବୋଲି କୁହାଯାଏ ।ଚଳିତ ବର୍ଷ ନଭେମ୍ବର ୧୦ ରେ ପାଳନ ଅର୍ଥାତ ଆଜିର ଦିନରେ ପଡିଛି ଧନତେରାସ ।  ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ ଏହି ଦିବସକୁ ପାଳନ କରାଯାଏ । ଆଜିର ଦିନ ଘରକୁ  ପରିଷ୍କାର କରିବା ସହ କିଛି ନୂଆ ଜିନିଷ କିଣାଯାଏ । ମୁଖ୍ୟ ଦ୍ବାରକୁ ସୁନ୍ଦର କରି ମାଆଙ୍କୁ ସ୍ବାଗତ କରାଯାଏ । କିଛି ମୂଲ୍ୟବାନ ଜିନିଷ କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ବାସ ରହିଛି । ଧନତେରାସରେ ସୁନା କିଣିଲେ ଘରକୁ ଭାଗ୍ୟଦେବୀ ଆସନ୍ତି ବୋଲି ବିଶ୍ବାସ ରହିଛି ।

ତିଥିରେ ସୁନା କିଣିଲେ ମାଆ ଲକ୍ଷ୍ମୀଙ୍କ କୃପା ମିଳିଥାଏ  । ଏଣୁ ଲୋକମାନେ ସୁନା ଗହଣା ସହିତ ମାଆ ଲକ୍ଷ୍ମୀଙ୍କ ପ୍ରତିମା ଥିବା ରୁପା କଏନ୍ ଏବଂ ସୁନା କଏନ୍ କିଣିଥାନ୍ତି । ଧନରେତାସରେ ସୁନା , ରୂପା. ତମ୍ବା , ପିତ୍ତଳ, ପରି ଧାତୁରେ ନିର୍ମିତ ଜିନିଷ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ ।ଏହାସହ ଝାଡୁ ସହ ବାସନ ମଧ୍ୟ କିଣାଯାଏ ।

ଚାହିଦାକୁ ଦୃଷ୍ଟିରେ ରଖି ଗହଣା ଦୋକାନରେ ବିଭିନ୍ନ ଅଫର ପ୍ରଦାନ କରାଯାଉଛି । ଏଣୁ ସୁନା ଦୋକାନ ଗୁଡିକରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!