20 ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି । ଏଥିପାଇଁ ଝଲସୁଛି ଜାତୀୟ ରାଜଧାନୀ ନୂଆଦିଲ୍ଲୀ ।ସୁନା ରୂପାର ପାତ୍ରରେ ଭୋଜନ କରିବେ G-20 ସମିଟକୁ ଆସୁଥିବା ବିଦେଶୀ ଅତିଥି । ଏଥିପାଇଁ ପ୍ରସ୍ତୁତ ହୋଇଛି 15 ହଜାର ସେଟ ସୁନା ରୁପା ପାତ୍ର । ରାଜସ୍ଥାନ ଜୟପୁର ସ୍ଥିତ ଆଇଆରଆଇଏସ କମ୍ପାନୀ ଗତ 6 ମାସ ଧରି ଏହାର ନିର୍ମାଣ କରିଛି ।
ଏଥିପାଇଁ 200 କୁଶଳୀ କାରିଗରୀ ନିୟୋଜିତ ହୋଇଥିଲେ । ଏହି ସମସ୍ତ ପାତ୍ରକୁ ଦିଲ୍ଲୀର ବିଭିନ୍ନ ହୋଟେଲକୁ ପଠାଯାଇଛି । ଯେଉଁଠାରେ ଅତିଥି ମାନେ ଭୋଜନ କରିବେ । ଏହି ସମସ୍ତ ସୁନା ରୂପାର ପାତ୍ର ନିର୍ମାଣ ପାଇଁ 160 କେଜି ରୂପା ବ୍ୟବହାର କରାଯାଇଛି । ଏହା ବ୍ୟତୀତ ସୁନା ଓ ଷ୍ଟିଲର ମଧ୍ୟ ବ୍ୟବହାର ହୋଇଛି ।
ସମସ୍ତ ପାତ୍ରରେ ଅଶୋକ ଚକ୍ର ସ୍ଥାନ ପାଇଛି । ଏତତ ବ୍ୟତୀତ ସମସ୍ତ 15 ହଜାର ସେଟର ସୁନା ରୂପା ପାତ୍ର ଥାଳି, ଚାମଚ, ଗ୍ଲାସରେ ଦେଶର ସମସ୍ତ ରାଜ୍ୟର ସଂସ୍କୃତିର ଝଲକ ମଧ୍ୟ ସ୍ଥାନିତ ହୋଇଛି ।

