ସୌଭିକ: ଚୌଦ୍ଵାରର ଚମକ

() ରାଜନୀତିର ପରିଭାଷା ଅନେକ ହୋଇପାରେ । ସେବା କରିବାର ଶୈଳୀ ଭିନ୍ନ ହୋଇପାରେ । ହେଲେ ପ୍ରତିବଦ୍ଧତା କିନ୍ତୁ ଗୋଟିଏ । ଲୋକ ଆଗ, ଜନତାଙ୍କ ସମସ୍ୟାର ସମାଧାନ ହିଁ ପ୍ରାଥମିକତା । ଯେତେବେଳେ ଜୀବନ କ୍ୟାରିଅର ଆଉ କର୍ତ୍ତବ୍ୟର ଦୋଛକିରେ ରହିଥିଲା ସେତେବେଳେ ସେ ବାଛିଥିଲେ ଉତ୍ତରଦାୟିତ୍ୱର ପଥ ।‌ ଲୋକଙ୍କ ଭରସାକୁ ବିଶ୍ବାସରେ ପ୍ରତିପାଦିତ କରି ରାଜନୈତିକ ଜୀବନରେ ନୂଆ କରି ପାଦ ଥାପିଥିଲେ ଭାଇଚାରା ସହରର ବିଶ୍ୱାସୀ ମଣିଷ ସୌଭିକ ବିଶ୍ବାଳ । ଅଚାନକ, ହଠାତ ଆଉ ସରପ୍ରାଇଜ ଗିଫ୍ଟ ଭଳି ଲୋକଙ୍କ ଭରସା ଜିତି ସେ ବନିଯାଇଥିଲେ ବିଧାୟକ ।

ଷୋଡ଼ଶ ବିଧାନସଭାର ସର୍ବ କନିଷ୍ଠ ତଥା କଟକ ଚୌଦ୍ଵାର ବିଧାୟକ ସୌଭିକ ବିଶ୍ବାଳ । ଜଣେ ଉଚ୍ଚଶିକ୍ଷିତ, ଉଚ୍ଚକୋଟୀର କଣ୍ଠଶିଳ୍ପୀ ଓ ଦରଦୀ ମଣିଷ ଭାବେ ଖାଲି କଟକ କାହିଁକି ସାରା ଓଡ଼ିଶାରେ ସୌଭିକ ପରିଚିତ ଆଉ ଚର୍ଚ୍ଚିତ । ଯେତେବେଳେ ବାପା ପ୍ରଭାତ ବିଶ୍ଵାଳଙ୍କ ରାଜନୈତିକ ଜୀବନକୁ ଚିଟଫଣ୍ଡ କଳଙ୍କ ସ୍ପର୍ଶ କରୁଥିଲା ସେତେବେଳେ ସୌଭିକ ସାଜିଥିଲେ ଚୌଦ୍ଵାରର ନୂଆ ଆଶା ।‌ ବାପା ପ୍ରଭାତଙ୍କ ରାଜନୈତିକ ଛବି ମଳିନ ହୋଇଯିବା ପରେ ଚୌଦ୍ଵାରର ସେବା ପାଇଁ ଆଗକୁ ଆସିଥିଲେ ସୌଭିକ । ସେ ରାଜନୀତିରେ ପ୍ରବେଶ କରିବା ଯେମିତି ଅଚାନକ ଥିଲା ତାଙ୍କ ଜିତାପଟ ବି ସେତିକି ଚକିତ କରିଥିଲା। କାରଣ ବାପାଙ୍କ ଉତ୍ତରାଧିକାରୀ ଭାବେ ଯେତେବେଳେ ସୌଭିକଙ୍କୁ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ପାଇଁ ସ୍ଥିର କରିଥିଲା ସେତେବେଳେ ଦଳ ଭିତରେ ଅନେକ ଅସନ୍ତୋଷ ଦେଇବାକୁ ମିଳିଥିଲା। ଅନେକ ବରିଷ୍ଠ ଥାଉଥାଉ ଜଣେ ଅନଭିଜ୍ଞ ଓ କମ ବୟସର ବ୍ୟକ୍ତିଙ୍କୁ ଟିକେଟ ଦେବାକୁ ଦଳର ଅନେକ ଗୋଷ୍ଠୀ ଗ୍ରହଣ କରିନଥିଲେ।

ଶେଷରେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସଭିଏଁ ମାନିନେଇଥିଲେ । ସୌଭିକ ବି ଦଳୀୟ ନେତା ଓ କର୍ମୀଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ। ଦଳର ପୁରୁଖା ନେତାଙ୍କ ମାନଭଞ୍ଜନ କରିବା ସହିତ ଯୁବ ଓ ଛାତ୍ରଙ୍କୁ ଏକାଠି କରି ଆଗକୁ ବଢିଥିଲେ ସୌଭିକ। ନୂଆ ରାଜନୈତିକ ପରିବେଶରେ ନୂଆ ରଣନୀତି ଆପଣାଇ ଚୌଦ୍ଵାରର ଭଲପାଇବାକୁ ଜିତିବାରେ ସେ ସଫଳ ହୋଇଥିଲେ । ୨୦୧୯ ବିଧାନସଭା ନିର୍ବାଚନରେ ୫୪,୬୮୬ଖଣ୍ଡ ଭୋଟ ପାଇ ସେ ବିଜୟ ଟିକା ପିନ୍ଧିଥିଲେ। ନିର୍ବାଚନରେ ସୌଭିକଙ୍କ ଭୋଟ ପ୍ରତିଶତ ୪୮.୫୨ ରହିଥିବାବେଳେ ବିଜେପି ଓ କଂଗ୍ରେସକୁ ଯଥାକ୍ରମେ ୩୨.୩୫ ଓ ୫.୯୬ ପ୍ରତିଶତ ଭୋଟ ମିଳିଥିଲା।

ସେଦିନ ନବାଗତ ଥିବା ସୌଭିକ ଆଜି ଜଣେ ପୋଖତ ରାଜନେତା ।‌ କମ ବୟସର ହୋଇ ବି ନିଜ ରାଜନୈତିକ ପରିପକ୍ବତା ଦେଖାଇଛନ୍ତି। ଲୋକଙ୍କ ସାଥିରେ ରହି ଦୁଃଖସୁଖରଜ ଭାଗିଦାରୀ ହେବା ସହିତ ଜନତାଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ସେ ବନିଯାଇଛନ୍ତି ସବୁରି ହୃଦୟର ପ୍ରିୟ ନେତା ।‌ ଅନେକ ସମୟରେ ଲୋକଙ୍କ ଗହଣରେ ଷ୍ଟେଜ ଉପରେ ଗୀତ ଗାଇ କଟକବାସୀଙ୍କ ଭଲପାଇବା ସାଉଁଟିଛନ୍ତି ସୌଭିକ।‌ସରକାରୀ ମିଟିଂରେ ଲୋକଙ୍କ ବିକାଶ ପାଇଁ ଶାଣିତ ସ୍ବର ଉଠାଇ ଚର୍ଚ୍ଚାକୁ ଆସିବା ସହ ଲୋକଙ୍କ ଭରସା ଜିତିଛନ୍ତି।ଲୋକଙ୍କ ସେବା କରିବାକୁ ବୟସ ଏକ ମାପଦଣ୍ଡ ନୁହେଁ। ଆଗ୍ରହ ଓ ଇଚ୍ଛାଶକ୍ତି ହିଁ ସବୁ ସମସ୍ୟାର ସମାଧାନ କରେ । ଏକଥାକୁ ପ୍ରମାଣିତ କରିଛନ୍ତି ସୌଭିକ। ଉଭୟ ଦଳ ଜନତା କରିଥିବା ଭରସାକୁ ବାସ୍ତବତାର ରୂପ ଦେବା ସହ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି।

୧୯୯୨ ମାର୍ଚ୍ଚ ୨୨ରେସୌଭିକ ଜନ୍ମ ଗ୍ରହଣ କରିଥିଲେ ସୌଭିକ । ବିଜନେସ ଆଡମିନଷ୍ଟ୍ରେସନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି ସୌଭିକ। ଗତ ୨୦୨୨ମସିହାରେ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।‌ ଯେଉଁଥିପାଇଁ ସେ ଅନେକ ଚର୍ଚ୍ଚାରେ ମଧ୍ୟ ରହିଥିଲେ। ନିଜର ସହପାଠିନୀଙ୍କୁ ବିବାହ କରିଛନ୍ତି ସୌଭିକ। ଜଣେ ସ୍ବାମୀ ପରିତ୍ୟକ୍ତା ହୋଇମଧ୍ୟ ତାଙ୍କୁ ବିବାହ କରି ଯୁବ ସମାଜ ଆଗରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ସୌଭିକ। ଯାହାକି ଅନ୍ୟମାନଙ୍କ ପାଇଁ ପ୍ରେରଣା।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!