ଲୋକଙ୍କ ପାଇଁ ନିଷ୍ଠାପର କାମ କରିବି: ହର୍ଷବର୍ଦ୍ଧନ

ସେ ଜଣେ ସଫଳ ଉଦ୍ୟୋଗୀ, ଜଣେ ପ୍ରଶଂସନୀୟ ନେତା ତଥା ବିଶିଷ୍ଟ ସମାଜସେବୀ , ପରିବେଶ ପ୍ରେମୀ ମଧ୍ୟ। ଯିଏ ଚମତ୍କାର ବ୍ୟକ୍ତିତ୍ବ ପାଇଁ ନିଜ ଅଞ୍ଚଳରେ ଜଣାଶୁଣା । ସେ ଯେତିକି ପରିଚିତ ସେତିକି ଲୋକଙ୍କ ପାଇଁ ସମର୍ପିତ ।ସେ ହେଉଛନ୍ତି ଶ୍ରୀ ହର୍ଷବର୍ଦ୍ଧନ ସିଂହଦେଓ । ଢେଙ୍କାନାଳ ବାସୀଙ୍କ ସୁଖଦୁଃଖ ବୁଝୁଥିବା ଵ୍ୟକ୍ତି  ହର୍ଷବର୍ଦ୍ଧନ ସିଂହଦେଓ ଢେଙ୍କାନାଳ ରାଜ ପରିବାରର ସଦସ୍ୟ  । ଶ୍ରୀ ସିଂହଦେଓଙ୍କର କେମିତି ଥିଲା ସଫଳତାର ଯାତ୍ରା, ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କଣ ଆଗକୁ ସେ ଲକ୍ଷ୍ୟ ରଖିଛନ୍ତି ଅନେକ ଜଣା ଅଜଣା କଥା ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି । ତାଙ୍କ ସହିତ ଇଣ୍ଟରଭ୍ୟୁ ଟାଇମ୍ସର ସ୍ବତନ୍ତ୍ର ସାକ୍ଷାତାକାର….

ପ୍ରଶ୍ନ – ଆପଣ ଜଣେ ସଫଳ ବ୍ୟବସାୟୀ

ଉତ୍ତର – ହଁ, ମୋର ନିଜର ବିଜନେସ୍ ଅଛି, ୨୦୦୬ରୁ ମୁଁ ବ୍ୟବସାୟ ଆରମ୍ଭ କରିଛି । ଟୁ ହ୍ବିଲର ଅଟୋମୋବାଇଲ ଡିଲରସିପ୍‌ ଅଛି। ଦୀର୍ଘ ୧୬ ବର୍ଷ ଧରି ସୋମ ଅଟୋ ମାଧ୍ୟମରେ ହିରୋ ବାଇକ୍ ଓ ସ୍କୁଟର ବ୍ୟବସାୟ ଚାଲିଛି  ।

ପ୍ରଶ୍ନ- ବ୍ୟବସାୟ ଓ ରାଜନୀତିକୁ ଏକା ସମୟରେ କେମିତି ତୁଲାଉଛନ୍ତି?

ଉତ୍ତର- କର୍ମ ହିଁ ଭଗବାନ । ଯଦି ଆପଣ ବ୍ୟସ୍ତ ଅଛନ୍ତି ତେବେ ଆପଣଙ୍କ ସମୟକୁ ଦକ୍ଷତାର ସହିତ ପରିଚାଳନା କରିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଯେଉଁମାନେ କର୍ମରେ ବ୍ୟସ୍ତ ରୁହନ୍ତି ,ସେମାନେ ହିଁ ସମୟର ମହତ୍ବକୁ ବୁଝନ୍ତି । ଯେହେତୁ ମୁଁ ପୂର୍ବରୁ ବ୍ୟବସାୟରେ ଥିଲି ତେଣୁ ବ୍ୟବସାୟରେ ସମୟକୁ ନେଇ ମୋତେ କୌଣସି ଅସୁବିଧା ହୁଏନି । ରାଜନୀତି କଥା କହିଲେ ମୁଁ ମୋ ଦାୟିତ୍ବକୁ ସଫଳତାର ସହ ପରିଚାଳନା କରିବି ।

ପ୍ରଶ୍ନ -ବ୍ୟବସାୟ ଓ ରାଜନୀତି କେଉଁଠି ଅଧିକ ଚ୍ୟାଲେଞ୍ଜ ଅଛି ?

ଉତ୍ତର- ମୁଁ ଭାବୁଛି ଉଭୟ କାର୍ଯ୍ୟ କଠିନ, କିନ୍ତୁ ଜଣେ  ବ୍ୟବସାୟକୁ ପରିଚାଳନା କରିବା ପାଇଁ ହେଲେ  ତୁମକୁ ଜଣେ ନେତା ହେବାକୁ ପଡିବ ତେଣୁ, ତୁମେ ତୁମର ବ୍ୟବସାୟ ପରିଚାଳନା କର, କିମ୍ବା ତୁମେ ରାଜନୀତି ।

ପ୍ରଶ୍ନ- ରାଜନିତୀକୁ କେବେ ଆସିଲେ ?

ଉତ୍ତର-କିଛି ଶୁଭେଚ୍ଛୁଙ୍କ ପରାମର୍ଶ କ୍ରମେ୨୦୧୩ରେ ମୁଁ ବିଜୁ ଜନତା ଦଳରେ ଯୋଗ ଦେଇଥିଲି ।ଏବେ ମୁଁ ବିଜେଡିର ରାଜ୍ୟ ସମ୍ପାଦକ ( ଆଞ୍ଚଳିକ ବିକାଶ)ଭାବେ ଦଳ ପାଇଁ କାମ କରୁଛି । ଯେତେବେଳେ ବି ଯାହା ଦଳର କାମ ପଡୁଛି , ଦଳର ଯାହା ପ୍ରୋଗ୍ରାମ ସେଥିରେ ମୁଁ ଯୋଗ ଦେଉଛି ।

ପ୍ରଶ୍ନ – ରାଜନୀତି ପାଇଁ କାହିଁକି ଆଗ୍ରହ?

ଉତ୍ତର- ମୁଁ ଛୋଟବେଳୁ ରାଜନୀତି ସହ ଜଡିତ।ରାଜନୀତିକ ପରିବାରରୁ ଆସିଛି । ଘରେ ଆଗରୁ ରାଜନୀତିକ ମାହୋଲ ଥିଲା । ମୋ ଜେଜେବାପା, ଜେଜେମା ବିଧାୟକ ଥିଲେ , ମୋ ବାପାଙ୍କ ବଡଭାଇ ୭ ଥର ସାଂସଦ ହୋଇଥିଲେ । ମୋ ପରିବାର ଲୋକମାନଙ୍କ ଉନ୍ନତି ପାଇଁ ଯେଉଁଭଳି କାମ କରିଛନ୍ତି । ମୁଁ ସେମାନଙ୍କୁ ଅନୁସରଣ କରି ଲୋକଙ୍କ ପାଇଁ କାମ କରିବାକୁ ଇଚ୍ଛା କରିଥିଲି ।

ପ୍ରଶ୍ନ – ଆପଣ ବିଧାୟକ ହେବାକୁ ଇଚ୍ଛା ରଖିଛନ୍ତି , ବିଧାୟକ ହେଲେ ଲୋକଙ୍କ ପାଇଁ କଣ କରିବେ?

ଉତ୍ତର- ବିଧାୟକ ପ୍ରାର୍ଥୀ ପାଇଁ ଆଶାବାଦୀ ତ ମୁଁ ଅଛି, ଯେହେତୁ ରାଜନିତୀରେ ସକ୍ରିୟ ଅଛି ।  ଗୋଟିଏ ଗୋଟିଏ ପାଦ ଆଗକୁ ବଢିବାକୁ ସମସ୍ତଙ୍କର ଆଶା ଥାଏ । ଯଦି ସୁଯୋଗ ମିଳେ ,ତାର ମୁଁ ଉପଯୋଗ କରିବି ।  ମୁଁ ଭାବୁଛି ଢେଙ୍କାନାଳ ବାସୀ ମୋତେ  ସମର୍ଥନ କରିବେ,ତାଙ୍କର  ଆଶୀର୍ବାଦ ରହିଲେ ସବୁ ସମ୍ଭବ ହୋଇପାରିବ । ଢେଙ୍କାନାଳବାସୀଙ୍କ ପାଇଁ କାମ କରିବି ବୋଲି ଆଶା । ବଞ୍ଚିଥିବା ପର୍ଯ୍ୟନ୍ତ ନିଷ୍ଠାପର ଭାବେ କାମ କରିବି ।

ପ୍ରଶ୍ନ – ଆପଣ ସମାଜସେବା ମଧ୍ୟ କରନ୍ତି

ଉତ୍ତର- ଲୋକଙ୍କୁ ସାହାଯ୍ୟ କରିବା ମୋର ମୂଳ ଲକ୍ଷ୍ଯ । ମୁଁ ଅନେକ ଗୁଡିଏ ସାମାଜିକ ସଂଗଠନ  ସହ କାମ କରୁଛି ।ମୁଁ ରୋଟାରୀ କ୍ଲବର ଜଣେ ସଦସ୍ୟ ଅଛି । ଲୋକଙ୍କ ଉନ୍ନତି ପାଇଁ ସାହାଯ୍ୟ କରୁଛି । ଯେତେବେଳେ ଆମେ ଢେଙ୍କାନାଳରେ ରହିଲୁ ଲୋକମାନେ ଆମ ପାଖକୁ କାମ ପାଇଁ ଆସନ୍ତି । ଆମେ ତାଙ୍କୁ ସାହାଯ୍ୟ କରୁ । ଧିରେ ଧିରେ ସମାଜସେବା କରୁ କରୁ ରାଜନୀତିରେ ପ୍ରବେଶ କଲି ।

ପ୍ରଶ୍ନ- ଆପଣ ଜଣେ ପରିବେଶକୁ ଭଲ ପାଉଥିବା ମଣିଷ କଣ କହିବେ?

ଉତ୍ତର- ପରିବେଶକୁ ବହୁତ ପାଏ । ଗଛ ଲଗାଇବା ମୋର ସୌକ । ମୋର ନିଜର ଫାର୍ମ ଅଛି । ବଭିନ୍ନ ପ୍ରକାର  ଆମ୍ବ ଗଛ, କାଜୁ ଗଛ ଲଗାଇଯାଇଛି । ଆଗ୍ରିକଲଚର ପ୍ରତି ମୋର ଆଗ୍ରହ ଅଛି । ଆମର ଗ୍ରୀନ ହାଉସ ମଧ୍ୟ ଅଛି । କ୍ୟାପସିକମ୍ ଚାଷ ହୁଏ । ଢେଙ୍କାନାଳରେ ଚାଷ ବାସ , ପାଇଁ ଭଲ ପରିବେଶ  । ଆଗାମୀ ଦିନରେ ଢେଙ୍କାନାଳ ଏକ ଏଗ୍ରିକଲଚର ହବ୍ ହୋଇପାରିବ । ଢେଙ୍କାନାଳ ପାଣିପାଗ ହଟିକଲଚର୍ ପାଇଁ ଉପଯୁକ୍ତ ।

 

Post Views39 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!