ବନ୍ଧା ହେଲେ କାମାକ୍ଷାନଗର ଉପଜିଲ୍ଲାପାଳ: ଚଢ଼ାଉରେ ଠାବ ହେଇଛି ୧୪ଟି ପ୍ଲଟ

ଗିରଫ ହେଲେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ନାୟକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ନାୟକଙ୍କ ଘରେ ଗତକାଲି ଭିଜିଲାନ୍ସ ଚଢ଼ଉ କରି ତାଙ୍କର ବିପୁଳ ସଂପତ୍ତି ଠାବ କରିଥିଲା। ଭୁବନେଶ୍ୱରରେ ଗୋଟିଏ ୩ ତାଲା କୋଠା ସହ ତାଙ୍କର ମୋଟ ୩ଟି ବହୁତଳ ବିଲ୍ଡିଂ ଥିବା ବେଳେ ୧୪ଟି ପ୍ଲଟ୍‌ ଠାବ ହୋଇଛି। ସେହିପରି ତାଙ୍କର ୩୪.୫୭ ଲକ୍ଷ ଟଙ୍କାର ବ୍ୟାଙ୍କ୍‌‌ ଜମା ଠାବ କରାଯାଇଛି। ଚଢ଼ଉ ସମୟରେ ତାଙ୍କ ଘରୁ ନଗଦ ୧.୪୮ଲକ୍ଷ ଟଙ୍କା, ୩୬୬ ଗ୍ରାମର ସୁନା ଏବଂ ଅନ୍ୟାନ ସାମଗ୍ରୀ ଠାବ କରାଯାଇଛି। ଏହି ସବୁ ସମ୍ପତ୍ତିର ହିସାବ ଭିଜିଲାନ୍ସ ତାଙ୍କୁ ମାଗିଥିଲେ ମଧ୍ୟ ସେ ତାହାର ଉତ୍ତର ଦେଇପାରିନଥିଲେ। ତେଣୁ ଭିଜିଲାନ୍ସ ଏନେଇ ମାମଲା ରୁଜୁ କରି ତଦନ୍ତ କରିଥିଲା।

ଗତକାଲି ସକାଳୁ ଭିଜିଲାନ୍ସ ୧୦ଟି ସ୍ଥାନରେ ଚଢ଼ଉ କରିଥିଲା। ଏଥିରେ ୭ଜଣ ଡିଏସ୍‌‌ପି, ୩ଜଣ ଇନ୍ସପେକ୍ଟର, ୮ଜଣ ଏଏସ୍‌‌ଆଇ ଏବଂ ଅନ୍ୟମାନେ ସାମିଲ ହୋଇଥିଲେ। ଭୁବନେଶ୍ୱର ଝାରପଡ଼ାରେ ଥିବା ୩ତାଲା କୋଠା, ଝାରପଡ଼ାରେ ଥିବା ଗୋଟିଏ ତାଲା କୋଠା, ଭଦ୍ରକ କୁଆଁସରେ ୩ ତାଲା କୋଠା, ଗେଲପୁରରେ ଦୁଇ ତାଲା କୋଠା, କାମାକ୍ଷାନଗରରେ ଥିବା ଅଫିସ୍‌‌ ଚାମ୍ବର, ବାସୁଦେବପୁରରେ ଥିବା ପୈତୃକ ବାସଭବନ, ଭଦ୍ରକ ବରୁଣାଁଇରେ ଥିବା ସମ୍ପର୍କୀୟଙ୍କ ଘର, ଭଦ୍ରକ ଜୋରଗାଡିଆରେ ଥିବା ସହଯୋଗୀଙ୍କ ଘର, ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଥିବା ଅନ୍ୟ ଜଣେ ସହଯୋଗୀଙ୍କ ଘର ଏବଂ କାମାକ୍ଷାନଗରରେ ଥିବା ସରକାରୀ କ୍ୱାର୍ଟର୍ସରେ ଚଢ଼ଉ କରାଯାଇଥିଲା।୧୯୯୭ ମସିହାରେ ସେ କଳାହାଣ୍ଡିରେ ଆସିଷ୍ଟାଣ୍ଟ ସେଟେଲମେଣ୍ଟ ଅଫିସର ଏବଂ ପରେ ଭବାନୀପାଟଣାରେ ଅତିରିକ୍ତ ତହସିଲଦାର ଭାବେ କାମ କରିଥିଲେ। ୧୯୯୯ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେ ବିଡିଓ ଭାବେ ଖଇରିଆ, ଦାଶରଥିପୁର ଏବଂ ବାଲିଅନ୍ତା ବ୍ଲକ୍‌ ଅଫିସରେ କାର୍ଯ୍ୟ କରିଥିଲେ। ୨୦୧୪ରୁ ୨୦୨୩ ପର୍ଯ୍ୟନ୍ତ ସେ କାମାକ୍ଷାନଗରରେ ଉପଜିଲ୍ଲାପାଳ ଥିଲେ।

Post Views57 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!