ସମସ୍ୟା ଭୋଗିବେ ନାହିଁ ସଂଖ୍ୟାଲଘୁ ସମ୍ପ୍ରଦାୟ

ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ପାଇଁ ୧୫୦ଟି ବହୁମୂଖୀ ସାଂସ୍କୃତିକ-କମ୍ୟୁନିଟି ସେଣ୍ଟର ନିର୍ମାଣ ଲାଗି ଅନୁମତି ପ୍ରଦାନ କରିବା ସହ ନିର୍ମାଣ କାର୍ଯ୍ୟ ଲାଗି ୪୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅର୍ଥରେ ରାଜ୍ୟର ୨୨ ଜିଲ୍ଲାରେ ସାଂସ୍କୃତିକ-କମ୍ୟୁନିଟି ସେଣ୍ଟର ନିର୍ମାଣ କରାଯିବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ରାଜ୍ୟର ପ୍ରତ୍ୟେକ ସମ୍ପ୍ରଦାୟର ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟ ରହିଛି ।

ଏହି ସଂସ୍କୃତି ଓ ପରମ୍ପରାର ସୁରକ୍ଷା ତଥା ସଂରକ୍ଷଣ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏହି ଲକ୍ଷ୍ୟରେ ସଂଖ୍ୟାଲଘୁ ସମ୍ପଦ୍ରାୟ ପାଇଁ ସରକାର ୪୫ କୋଟି ଟଙ୍କା ବ୍ୟୟରେ ସାଂସ୍କୃତିକ-କମ୍ୟୁନିଟି ସେଣ୍ଟର ନିର୍ମାଣ କରାଯିବ । ମୁସଲିମ୍‌, ଖ୍ରୀଷ୍ଟିଆନ୍‌, ବୌଦ୍ଧ ଓ ସିଖ ସମ୍ପ୍ରଦାୟ ପାଇଁ କମ୍ୟୁନିଟି ସେଣ୍ଟର ନିର୍ମାଣ କରାଯିବ । ଏହି ସେଣ୍ଟର ନିର୍ମାଣ ହେଲେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ନିଜ ନିଜର ପାରମ୍ପାରିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆଉ ସ୍ଥାନାଭାବ ସମସ୍ୟା ଭୋଗିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!