ବିଦେଶ ଯାତ୍ରୀଙ୍କ ପାଇଁ ‘ଟ୍ରାଭେଲ୍ ହେଲଥ୍ କ୍ଲିନିକ୍’ର ଶୁଭାରମ୍ଭ

ବିଦେଶ ଯାତ୍ରା କରିଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଗୋଟିଏ ସ୍ଥାନରେ ପୂର୍ଣ୍ଣାଙ୍ଗ ସୂଚନା ଉପଲବ୍ଧ ହେବା ନିହାତି ଜରୁରୀ। ଏହାକୁ ଦୃଷ୍ଟିରେ ରଖି ଆଜି ଏମ୍ସ ଭୁବନେଶ୍ୱର ପକ୍ଷରୁ ରାଜ୍ୟର ପ୍ରଥମ ଅଭିନବ “ଟ୍ରାଭେଲ୍ ହେଲଥ୍ କ୍ଲିନିକ୍”ର ଶୁଭାରମ୍ଭ ହୋଇଯାଇଛି।

ବିଦେଶ ଯାତ୍ରୀଙ୍କ ପାଇଁ ସମସ୍ତ ସୂଚନା ସହିତ ପୂର୍ଣ୍ଣାଙ୍ଗ ସେବା ଯୋଗାଇବାରେ ଦେଶରେ ଅନନ୍ୟ ସ୍ବାସ୍ଥ୍ୟ ଅନୁଷ୍ଠାନ ପାଲଟିଥିବା ପ୍ରକାଶ କରିଛନ୍ତି ଏମ୍ସ ଭୁବନେଶ୍ଵର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ଵାସ। ଏମ୍ସ ଭୁବନେଶ୍ଵର କମ୍ୟୁନିଟି ମେଡିସିନ ଏବଂ ଫ୍ୟାମିଲି ମେଡିସିନ୍ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଟ୍ରାଭେଲ୍ ହେଲଥ୍ କ୍ଲିନିକ୍ ସପ୍ତାହର ପ୍ରତି ସୋମବାର ଏବଂ ଗୁରୁବାର ଅପରାହ୍ନ ଦୁଇରୁ ଚାରିଟା ପର୍ଯ୍ୟନ୍ତ କାମ କରିବ।

ବାହାର ଦେଶରେ ଥିବା ବିଭିନ୍ନ ସଂକ୍ରାମକ ରୋଗ ସହିତ ଅନ୍ୟାନ୍ୟ ସମସ୍ତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ନିମନ୍ତେ ଏହି ବ୍ୟବସ୍ଥାର ସହଯୋଗ ନେବାକୁ ଡ. ବିଶ୍ଵାସ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ବିଶେଷ କରି ଜୀବିକା ଅନ୍ୱେଷଣରେ ବାହାର ଦେଶକୁ ଯାଉଥିବା ବ୍ୟକ୍ତିଙ୍କ ପାଇଁ ଏହି କ୍ଲିନିକ୍ ବେଶ ସହାୟକ ହେବବୋଲି ଡ. ବିଶ୍ଵାସ ଆଶାବ୍ୟକ୍ତ କରିଛନ୍ତି।

Post Views60 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!