ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିର୍ଦ୍ଦେଶ: ପୁରୀରେ ରହିବେ ୩ ମନ୍ତ୍ରୀ

ମହାପ୍ରଭୁଙ୍କ ରଥଯାତ୍ରାରେ ଘଟିବନି କୋୖଣସି ଅଘଟଣ ।‌ ମହାବାହୁଙ୍କ କାମରେ ଅବହେଳା ବରଦାସ୍ତ କରାଯିବନି । ଏଥିପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।‌ରଥରୁ ଆଡ଼ପମଣ୍ଡପକୁ ପହଣ୍ଡିରେ ଯିବା ସମୟରେ ବଡ଼ଠାକୁର ଯେପରି ତଳେ ପଡ଼ିଗଲେ ସେହିପରି ଘଟଣା ଯେପରି ଆଉ ନଘଟିବ ସେନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଦକ୍ଷେପ ନେଇଛନ୍ତି।

ଏଥିପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଆଜିଠୁ ପୁରୀ ଯାଇ ରଥଯାତ୍ରାର ଅବଶିଷ୍ଟ ରୀତିନୀତି ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ତିନି ମନ୍ତ୍ରୀ ନୀଳାଦ୍ରି ବିଜେ ସରିବା ପର୍ଯ୍ୟନ୍ତ ପୁରୀରେ ସକ୍ରିୟ ଭାବେ ଉପସ୍ଥିତ ରହି ଶ୍ରୀଗୁଣ୍ଡିଚା ଯାତ୍ରାର ଅବଶିଷ୍ଟ ରୀତିନୀତି ଯେପରି ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବ ତାହା ନିଶ୍ଚିତ କରିବେ। ଏହାସହ ଶ୍ରଦ୍ଧାଳୁ ତଥା ଭକ୍ତମାନଙ୍କର ଯେପରି କୌଣସି ଅସୁବିଧା ନହେବ ତାହା ସୁନିଶ୍ଚିତ କରିବା ନେଇ ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!