
୨୪ ବର୍ଷର ସରକାର ଯାହା କରିପାରିଲାନି, କରିବାକୁ ସାହାସ ବି କଲାନି, ତାହାକୁ କରି ଦେଖାଉଛି ଓଡ଼ିଶାର ନୂଆ ମୋହନ ସରକାର। ୪୬ ବର୍ଷର ବ୍ୟବଧାନ ପରେ ଆଜି ଖୋଲିବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର।୨୪ ବର୍ଷର ସରକାର ରତ୍ନଭଣ୍ଡାର ଖୋଲିପାରିନଥିଲେ। ନୂଆ ସରକାର ଆସିବାର ମାସେ ପରେ ରତ୍ନଭଣ୍ଡାର ଖୋଲିବା ଭଳି ଏକ ବଡ଼ ନିଷ୍ପତ୍ତି ନେଇଛି। ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ସହ କଥା ରଖିବାକୁ ଯାଉଛି ମୋହନ ସରକାର।ଏହାସହ ସାଢେ ଚାରିକୋଟି ଓଡିଆଙ୍କ ଭାବାବେଗକୁ ସମ୍ମାନ ଜଣାଇ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିଆ ଆରମ୍ଭ ହେଉଛି।
ଏଥିପାଇଁ ଚୂଡ଼ାନ୍ତ ଏସ୍ଓପି ଜାରି କରିଛନ୍ତି ରାଜ୍ୟ ସରକାର। ଏସମ୍ପର୍କରେ ଆଜି ସନ୍ଧ୍ୟାରେ ରାଜ୍ୟ ସରକାର ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି। ଏହି ଏସ୍ଓପି ଆଧାରରେ ଶୁଭ ବେଳା ଦେଖି ଆଜି ରତ୍ନଭଣ୍ଡାର ତାଲା ଖୋଲାଯିବ। ଦିନ ୧ଟାରୁ ସାଢ଼େ ୧ଟା ଭିତରେ ରତ୍ନଭଣ୍ଡାର ଖୋଲିବାକୁ ଯୋଜନା କରାଯାଇଛି। ଶନିବାର ବିଳମ୍ବିତ ରାତିରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ସହ କମିଟିର ଅନ୍ୟ ସଦସ୍ୟମାନେ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରମୁଖ ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।
ରତ୍ନଭଣ୍ଡାର ଯାଞ୍ଚ କମିଟି ସହିତ ସ୍ବତନ୍ତ୍ର ବିଶେଷଜ୍ଞ ଦଳ ବି ଯିବେ। ରତ୍ନଭଣ୍ଡାର ଖୋଲାଯିବା ନେଇ ସମସ୍ତ ବ୍ୟବସ୍ଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଦାରଖ କରିବେ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ୨୪ ବର୍ଷର ସରକାର ରତ୍ନଭଣ୍ଡାର ଖୋଲିପାରିନଥିଲେ। ନୂଆ ସରକାର ଆସିବାର ମାସେ ପରେ ରତ୍ନଭଣ୍ଡାର ଖୋଲିବା ଭଳି ଏକ ବଡ଼ ନିଷ୍ପତ୍ତି ନେଇଛି। ଏଥିପାଇଁ ମହାପ୍ରଭୁଙ୍କ ପାଖରେ ନିଜକୁ ସମର୍ପି ଦେଉଛୁ। ମହାପ୍ରଭୁ ନିଶ୍ଚିତ ଆମକୁ ସହାୟ ହେବେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଗୃହ ସଚିବ, ଜିଲ୍ଲାପାଳ, ଶ୍ରୀମନ୍ଦିର ପରିଚାଳନା କମିଟିର ସେବାୟତ ପ୍ରତିନିଧି ପ୍ରମୁଖଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ନୀଳାଦ୍ରି ଭକ୍ତନିବାସରେ ଅନୁଷ୍ଠିତ ହୋଇଯାଇଛି।
ସଦସ୍ୟ ଓ ମେଡିକାଲ୍ ଟିମ ରହିବେ। ରବିବାର ରତ୍ନଭଣ୍ଡାର ଖୋଲିବା ପାଇଁ ଆମେ ପୂର୍ଣ୍ଣ ପ୍ରସ୍ତୁତ ଅଛୁ। ଚାବି ଆସୁ ଅବା ନ ଆସୁ, ଆମେ ରତ୍ନଭଣ୍ଡାର ଖୋଲିବୁ। ବହୁଦିନ ହେବ ତାଲା ଖୋଲାଯାଇନି। ସିଲ୍ ହୋଇ ରହିଛି। କଳଙ୍କିର ବି ଆଶଙ୍କା ରହିଛି। ଏଣୁ ଆମେ ଚାବିକୁ ପ୍ରସଙ୍ଗ କରି ରଖିନୁ। ତାଲାର ଚାବି ମିଳୁ କି ନ ମିଳୁ, ରତ୍ନଭଣ୍ଡାର ନିଶ୍ଚିତ ଖୋଲାଯିବ। ଲକ୍ ବେକ୍ରିଂ ଗ୍ରୁପ ନିୟୋଜିତ ହୋଇଛନ୍ତି। ସ୍ନେକ ହେଲ୍ପ ଲାଇନ୍ର ବି ବ୍ୟବସ୍ଥା କରାଯାଇଛି। ସେମାନେ ଷ୍ଟାଣ୍ଡ୍ ବାଏ ରହିବେ। ଆବଶ୍ୟକ ପଡ଼ିଲେ, ଭିତରକୁ ଯିବେ। ଆମେ ନିଶ୍ଚିତ ମହାପ୍ରଭୁଙ୍କ ଆଶୀର୍ବାଦ ନେବୁ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ। ମା’ ଲକ୍ଷ୍ମୀ, ପ୍ରଭୁ ଲୋକନାଥ ଓ ମା’ ବିମଳାଙ୍କ ଆଶୀର୍ବାଦ ନେଇ ରତ୍ନଭଣ୍ଡାର ଖୋଲିବାକୁ ଯିବୁ। ଦିନ ୧ଟାରୁ ସାଢ଼େ ୧ଟା ଭିତରେ ରତ୍ନଭଣ୍ଡାର ଖୋଲିବାକୁ ଯୋଜନା କରାଯାଇଛି। ଯେହତୁ ରତ୍ନଭଣ୍ଡାରର ଅଳଙ୍କାର ବାକ୍ସ ବହୁଦିନରୁ ଖୋଲାଯାଇନି। ସ୍ଥିତି ଦେଖି ସିନ୍ଧୁକ ସବୁ ସିଲ୍ କରି ବାହାରକୁ ଅଣାଯିବ। ଶ୍ରୀମନ୍ଦିର ଭିତରେ ଷ୍ଟ୍ରଙ୍ଗ ରୁମ କରାଯାଇଛି। ଖଟଶେଜ ଘର ଅବା ଚାଙ୍ଗଡ଼ା ଘର ଷ୍ଟ୍ରଙ୍ଗରୁମ୍ ହୋଇପାରେ ବୋଲି ଜଷ୍ଟିସ୍ ରଥ କହିଛନ୍ତି।

