ସିକିମରେ ବଡ଼ ଅଘଟଣ, ନଦୀକୁ ଖସିଲା ଟୁରିଷ୍ଟ କାର୍

ସିକିମରେ ବଡ଼ ଅଘଟଣ। ନଦୀକୁ ଖସିଲା ଟୁରିଷ୍ଟ ବସ୍। ବୁଲିବା ପାଇଁ ଯାଇଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ପର୍ଯ୍ୟଟକ। ପ୍ରାୟ ହଜାରେ ଫୁଟ ତଳକୁ କାର୍ ଖସି ଯାଇ ନଦୀରେ ପଡିଥିଲା। ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ନିଖୋଜ ଅଛନ୍ତି।

ନିଖୋଜମାନେ ପଶ୍ଚିମବଙ୍ଗ ଓ ଓଡ଼ିଶାର ହୋଇଥିବା ସୂଚନା ମିଳିଛି । ଓଡ଼ିଶାରୁ ସମୁଦାୟ ୪ ଜଣ ନିଖୋଜ ଥିବା ଜଣା ପଡିଛି। ଯାଜପୁରର ବିଜେପି ନେତ୍ରୀ ଇତିଶ୍ରୀ ଜେନା ଦୁର୍ଘଟଣାରେ ନିଖୋଜ ଅଛନ୍ତି। ଇତିଶ୍ରୀ ଏହି ଟୁରିଷ୍ଟ ଦଳ ସହିତ ନିଜ ସ୍ବାମୀ ଓ ୨ ଛୁଆଙ୍କୁ ନେଇ ଯାଇଥିଲେ ।

ବସ୍ ରେ ମୋଟ ୧୧ ଜଣ ସିକ୍କିମ ବୁଲିବାକୁ ଯାଇଥିଲେ। ଗ୍ୟାଙ୍ଗଟକରୁ ଫେରିବାବେଳେ ଗତକାଲି ରାତି ପ୍ରାୟ ୯ଟାରେ ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ପୋଲିସ ଓ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ନିଖୋଜଙ୍କ ମଧ୍ୟରେ ଯାଜପୁରର ଜଣେ ବ୍ୟକ୍ତି ଥିବା ସୂଚନା ମିଳିଛି । ଘଟଣା ନେଇ ସିକ୍କିମ ସରକାରଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁର୍ଘଟଣାଗ୍ରସ୍ତ ଯାତ୍ରୀଙ୍କୁ ଉଦ୍ଧାର ସହ ଚିକିତ୍ସା ସେବା ଯୋଗାଇଦେବାକୁ ଓଡ଼ିଶାରୁ ଏକ ସ୍ବତନ୍ତ୍ର ଟିମ୍ ସିକ୍କିମ ଯାଇ ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଯାଇଛନ୍ତି ।

Post Views15 Total Count

Apply Now


This will close in 0 seconds

error: Content is protected !!