ଜାତୀୟ ପ୍ରେସ ଦିବସ, ଜାଣନ୍ତୁ ଏହି ଦିନର ମହତ୍ବ …

ପ୍ରତିବର୍ଷ ନଭେମ୍ବର ୧୬କୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଏ । ଭାରତରେ ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭ ଭାବରେ ଗଣାଯାଏ। ସ୍ୱାଧୀନତା ସମୟଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ, ଭାରତରେ ଗଣମାଧ୍ୟମ ଏକ ବଡ଼ ଭୂମିକା ଗ୍ରହଣ କରିଛି । ସ୍ୱାଧୀନତା ସଂଗ୍ରାମ ସମୟରେ ଗଣମାଧ୍ୟମ ଭାରତୀୟ ବିପ୍ଳବୀଙ୍କ ସବୁଠାରୁ ବଡ ଅସ୍ତ୍ର ଥିଲା।ପ୍ରତିବର୍ଷ 16ନଭେମ୍ବରରେ ଭାରତରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଏ | କିନ୍ତୁ 16 ଡିସେମ୍ବର ତାରିଖ କାହିଁକି ଏହି ଦିନ ପାଳନ କରିବାକୁ ମନୋନୀତ ହେଲା ଜାଣନ୍ତୁ ।

ସ୍ବାଧୀନତା ସଂଗ୍ରାମର ଇତିହାସ ହେଉ କି ଜାମ୍ମୁ କାଶ୍ମୀରରେ ୩୭୦ ଧାରାର ଉଚ୍ଛେଦ, ତୃଣମୂଳ ସ୍ତରରେ ଲୋକଙ୍କର ସ୍ବର ଉତ୍ଥାପନ ହେଉ କି ରାଜନେତାମାନଙ୍କର ସମାଜ ପ୍ରତି ବାର୍ତ୍ତାକୁ ପହଞ୍ଚାଇବାରେ ଗଣମାଧ୍ୟମ ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଗଣତନ୍ତ୍ର କିଭଳି ସୁସ୍ଥ ସମୃଦ୍ଧ ହୋଇ ରହିବ ଏବଂ ସରକାର କିଭଳି ଭାବେ ଲୋକଙ୍କ ହିତ ପାଇଁ କାମ କରିବେ, ସେଥିପାଇଁ ଗଣମାଧ୍ୟମ ନିଜର ଦାୟିତ୍ବ ନିର୍ବାହ କରିଥାଏ। ଗଣମାଧ୍ୟମ ଯେତେ ସ୍ୱାଧୀନ ହେବ, ଗଣତନ୍ତ୍ର ସେତେ ସୁଦୃଢ଼ ହେବ। ପ୍ରତିକୂଳ ବ୍ୟବସ୍ଥା ସତ୍ତ୍ବେ ସାମ୍ବାଦିକମାନେ ଜନସ୍ବାର୍ଥ ପାଇଁ ସ୍ବର ଉତ୍ତୋଳନ କରିଥାନ୍ତି। ମହାମାରୀ କରୋନା ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ନିଜ ଜୀବନକୁ ବାଜି ଲଗାଇ ଆଗଧାଡ଼ିର ଯୋଦ୍ଧା ସାଜି ନିୟମିତ ଲୋକଙ୍କ ପାଖରେ ଖବର ପହଞ୍ଚାଉଥିଲେ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ । ୧୯୬୬ ମସିହା ଜୁଲାଇ ତାରିଖରେ ପ୍ରଥମ କରି ଭାରତର ପ୍ରେସ୍ ପରିଷଦ ଗଠିତ ହୋଇଥିଲା। ସେହିବର୍ଷ ନଭେମ୍ବର ମାସ ୧୬ ତାରିଖରୁ ପ୍ରେସ୍ ପରିଷଦ ବିଧିବଦ୍ଧ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲା ଏବଂ ସେହିଦିନକୁ ଜାତୀୟ ପ୍ରେସ୍ ଦିବସ ଭାବେ ପାଳନ କରାଯାଉଛି।

 

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!