ଉତ୍ତରକାଶୀର ଟନେଲ ତଳେ ୪୦ ଜୀବନ

ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲ ତଳେ ୪ ଦିନ ହେବ ଫଶିଛନ୍ତି ୪୦ ଶ୍ରମିକ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଲଗାତର ପ୍ରୟାସ ଜାରି ରହିଛି। ସେପଟେ ସିଲ୍କ୍ୟାରା ସୁଡଙ୍ଗରୁ ମାଟି ହଟାଇବାକୁ ଚେଷ୍ଟା ଜାରି ରହିଛି। ସୁଡଙ୍ଗ ଭିତରେ ଭୂସ୍ଖଳନ ହେବା ପରେ ମାଟି ଧସି ଆସିଥିଲା। ଫଳରେ ଏହାରି ଭିତରେ କାମ କରୁଥିବା ୪୦ ଶ୍ରମିକ ଫଶିଯାଇଥିଲେ। ଏହି ଶ୍ରମିକଙ୍କୁ ବାହାରକୁ ବାହାର କରିବା ପାଇଁ ୪ ଦିନ ହେବ ବାୟୁସେନା ଓ ଏନ୍ଡିଆର୍ଏଫ୍ ଟିମ୍ ଲାଗିପଡିଛନ୍ତି। ଭୂସ୍ଖଳନ ଯୋଗୁଁ ଶ୍ରମିକମାନଙ୍କ ଜୀବନ ପ୍ରତି ବିପଦ ଦେଇଥିବାରୁ ଉଦ୍ଧାରକାରୀ ଦଳ ଅସହାୟ ହୋଇପଡ଼ିଛନ୍ତି।

ତେବେ ଉଦ୍ଧାର ଅପରେସନକୁ ସଫଳ ଓ ତ୍ୱରାନ୍ୱିତ କରିବା ପାଇଁ ହାଇ ପାଓ୍ୱାର ଆମେରିକାନ୍ ଅଗର୍ ମେସିନ୍ ସୁଡଙ୍ଗ ଭିତରେ ଫିଟ୍ କରାଯାଇଛି।

ଏମାନଙ୍କ ରେସ୍କ୍ୟୁ ପାଇଁ ଆମେରିକାରୁ ଅଣାଯାଇଛି ଡ୍ରିଲ୍ ମେସିନ୍। ବାୟୁସେନା ବିମାନ ଜରିଆରେ ଦିଲ୍ଲୀରୁ ଆମେରିକାର ଡ୍ରିଲ ମେସିନ୍ ଆଣି ଟନେଲ ଭିତରେ ଫିଟ୍ କରାଯାଇଛି। ଖୁବ୍ଶୀଘ୍ର ଡ୍ରିଲିଂ କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

Post Views62 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!