କ୍ୟାନସର ରୋଗ ପାଇଁ କିଛି ଔଷଧ ଉପରେ କମିଲା ଜିଏସଟି ପରିମାଣ

ନୂଆଦିଲ୍ଲୀରେ ଅନୁଷ୍ଠିତ ଜିଏସଟି କାଉନସିଲର ୫୪ତମ ବୈଠକରେ ଏହି ନିଷ୍ପତ୍ତି ହୋଇଛି । କ୍ୟାନସର ରୋଗରୁ ଉପସମ ଦେଉଥିବା କେତେକ ଔଷଧ ଉପରେ ଜିଏସଟି ପରିମାଣ ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି। ସେହିଭଳି ନମକିନ୍ ଉପରେ ୧୮ରୁ ୧୨ ପ୍ରତିଶତକୁ ଖସିଛି ଜିଏସଟି ଦର I

ସେପଟେ ସ୍ୱାସ୍ଥ୍ୟ ବୀମା ଉପରେ ଜିଏସଟି ହ୍ରାସ ପସ୍ତାବ ଉପରେ ଆଜି କୌଣସି ନିଷ୍ପତ୍ତି ହୋଇପାରିନି। ଏହା ଉପରେ ଆସନ୍ତା ନଭେମ୍ବରରେ ବସିବାକୁ ଥିବା ବୈଠକରେ ଆଲୋଚନା ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିପାଇଁ ଏକ ମନ୍ତ୍ରୀ ପରିଷଦ ଗଠନ କରାଯାଇଛି। ପରିଷଦର ଆସନ୍ତା ଅକ୍ଟୋବରରେ ରିପୋର୍ଟ ଦେବା ପରେ ଏହା ଉପରେ ବିଚାର କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!