୮୬ ବର୍ଷ ବୟସରେ ରତନ ଟାଟାଙ୍କ ପରଲୋକ

ଟାଟା ସନ୍ସର ଚେୟାରମ୍ୟାନ୍ ରତନ ଟାଟା ବୁଧବାର ମୁମ୍ବାଇର ଏକ ଡାକ୍ତରଖାନାରେ ପ୍ରାଣ ତ୍ୟାଗ କରିଛନ୍ତି। ଗୁରୁତର ଅବସ୍ଥାରେ ଗତ କିଛି ଦିନ ହେବ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ।

ବୁଧବାର ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ଖବର ଆସିଥିଲା। କିଛି ଘଣ୍ଟା ପରେ ସେ ପୃଥିବୀରୁ ବିଦାୟ ନେବାର ଖବର ଆସିଛି। ରତନ ଟାଟାଙ୍କ ବିୟୋଗ ଦେଶ ପାଇଁ ଏକ ବଡ କ୍ଷତି। ତେବେ ଦେଶ ତାଙ୍କୁ କେବେବି ଭୁଲି ପାରିବ ନାହିଁ। ସେ ଦେଶ ପାଇଁ ଅନେକ ମହତ୍ କାର୍ଯ୍ୟ କରିଥିଲେ।

ଟାଟା ଗ୍ରୁପକୁ ଏତେ ଉଚ୍ଚତାକୁ ନେବାରେ ରତନ ଟାଟା ସବୁଠାରୁ ବଡ ଭୂମିକା ଗ୍ରହଣ କରିଥିଲେ। ସେ ଦେଶ ତଥା ସାଧାରଣ ଲୋକଙ୍କ ପାଇଁ ଏପରି ଅନେକ କାର୍ଯ୍ୟ କରିଥିଲେ, ଯାହା ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ। ରତନ ଟାଟା ଜଣେ ଉଦାର ବ୍ୟକ୍ତି ଥିଲେ ଏବଂ ଅସୁବିଧା ସମୟରେ ଦେଶକୁ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ଥିଲେ।

Post Views37 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!