ସାନିୟା ଓ ହରଭଜନ ସିଂହଙ୍କୁ ବଡ଼ ଦାୟିତ୍ଵ

ସାନିୟା ଓ ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂହଙ୍କୁ ଦୁବାଇ ସ୍ପୋର୍ଟସ ଆମ୍ବାସେଡର ନିଯୁକ୍ତ କରାଯାଇଛି। ଦୁବାଇ ସ୍ପୋର୍ଟସ କାଉନସିଲ ଦ୍ୱାରା ଆୟୋଜିତ ଫ୍ୟୁଚରିଷ୍ଟିକ୍ ମ୍ୟୁଜିୟମ ଅଫ ଫ୍ୟୁଚରରେ ଆୟୋଜିତ ‘ଦୁବାଇ ସ୍ପୋର୍ଟସ୍ ରିଟ୍ରିଟ’ରେ ଏହି ଘୋଷଣା କରାଯାଇଛି।

ଥିମ ଅନୁସାରେ ଆୟୋଜିତ ଏହି କାର୍ଯ୍ୟକ୍ରମ କ୍ରିଡା ଉତ୍କୃଷ୍ଟତାରେ ନିଜକୁ ବୈଶ୍ୱିକ ନେତା ରୂପେ ସ୍ଥାପିତ କରିବା ପାଇଁ ଦୁବାଇର ବଢୁଥିବା ମହତ୍ୱକାଙକ୍ଷାକୁ ଦର୍ଶାଉଛି। ଦୁବାଇ ସ୍ପୋର୍ଟସ କାଉନସିଲ ଅଧ୍ୟକ୍ଷ ଶେଖ୍ ମନସୁର ବିନ ମହମ୍ମଦ ବିନ୍ ରାଶିଦ ଅଲ ମକତୁମଙ୍କ ନିର୍ଦ୍ଦେଶ ଅନୁସାରେ ରିଟ୍ରିଟର ଉଦ୍ଦେଶ୍ୟ ଦୁବାଇର କ୍ରିଡା ପ୍ରତିଷ୍ଠାକୁ ମଜଭୁତ କରିବା ଓ ସ୍ୱସ୍ଥ ଜୀବନ ଶୈଳୀକୁ ପ୍ରୋତ୍ସାହିତ କରିବା। ଏ ନେଇ ଦୁବାଇ କ୍ରାଉନ ପ୍ରିନ୍ସ ତାଙ୍କ ଏକ୍ସ ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି।

ଏଥିରେ ରିଟ୍ରିଟ କାଳରେ ସ୍ପୋର୍ଟସ ଆମ୍ବାସେଡରଙ୍କୁ ଭେଟିଥିବା ସେ ଉଲ୍ଲେଖ କରିଛନ୍ତି । ଆରବ ଓ ଇଣ୍ଟରନ୍ୟାସନାଲ ଷ୍ଟାରଙ୍କ ଏକ ପ୍ରତିଷ୍ଠିତ ସମୂଦାୟ ଯେଉଁମାନେ ଦୁବାଇକୁ ନିଜ ଘର କୁହନ୍ତି କ୍ରିଡାକୁ ଉତ୍ସାହିତ କରିବା ସହ ପ୍ରତିଭାମାନଙ୍କୁ ପ୍ରେରିତ କରିବା ଲାଗି ସେମାନଙ୍କ ସଂକଳ୍ପ ବାସ୍ତବିକ ପ୍ରେରଣାଦାୟକ ବୋଲି ସେ ଉଲ୍ଲେଖ କରିଛନ୍ତି।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!