ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କଲେ ତିଳକ ବର୍ମା

ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍‌ରେ ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି ତିଳକ ବର୍ମା। ତାଙ୍କ ଶତକ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ହରାଇ ୨୧୯ ରନ୍‌ ସଂଗ୍ରହ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ ଓଭରରେ ଖାତା ଖୋଲିବା ଆଗରୁ ସଞ୍ଜୁ ସାମସନ(୦)ଙ୍କ ଉଇକେଟ ହରାଇଥିଲା।

ଅଭିଷେକ ଶର୍ମା(୫୦) ଓ ତିଳକ ବର୍ମା(୧୦୭*) ତୃତୀୟ ଉଇକେଟରେ ୧୦୭ ରନ୍‌ ଯୋଡିଥିଲେ। ଅଭିଷେକ ୨୫ ବଲ ଖେଳି ୩ ଚୌକା ଓ ୫ ଛକା ସହ ୫୦ ରନ୍‌ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମାତ୍ର ୧ ରନ୍‌ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ଗୋଟିଏ ପଟରୁ ଉଇକେଟ ସମ୍ଭାଳିଥିବା ତିଳକ ୫୬ ବଲ୍‌ ଖେଳି ୮ ଚୌକା ଓ ୭ ଛକା ମାରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କେଶବ ମହାରାଜ,ଆଣ୍ଡିଲେ ସିମାଲିନେ ୨ଟି ଲେଖାଏ ଓ ମାର୍କୋ ଜାନସେନ ଗୋଟିଏ ଉଇକେଟ ନେଇଥିଲେ।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!