ପ୍ରକାଶ ପାଇଲା ଓଜେଇଇ-୨୦୨୫ ଫରୀକ୍ଷା ଫଳ

ଓଜେଇଇ-୨୦୨୫ ଫରୀକ୍ଷା ଫଳ ପ୍ରକାଶ ପାଇଛି। ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଏହି ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ୮୬ .୮୪ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ପରୀକ୍ଷାର୍ଥୀ ସେମାନଙ୍କ ରାଙ୍କ କାର୍ଡ www.ojee.nic.in ରେ ପାଇପାରିବେ।ବି. ଫାର୍ମାରେ ଯତୀନ ବେହେରା ଟପ୍ପର ହୋଇଛନ୍ତି। ସେହିପରି ଏମବିଏରେ ଅନୁରାଗ ମିଶ୍ର, ଏମସିଏରେ ଏସ. ସିଶ୍ରେନ୍ଦ୍ରୀ, ଏମ. ଫାର୍ମାରେ ହିତେଶ କୁମାର ଧଳ ଟପ୍ପର ହୋଇଛନ୍ତି।

ଓଜେଇଇ-୨୦୨୫ ପରୀକ୍ଷା ପାଇଁ ୯୨ ହଜାର ୪୮୮ ପରୀକ୍ଷାର୍ଥୀ ପଞ୍ଜୀକୃତ କରିଥିଲେ। ୮୦ ହଜାର ୩୨୪ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ନର୍ସିଂ ପାଠ୍ୟ କ୍ରମ ବ୍ୟତୀତ ଅନ୍ୟାନ୍ୟ ପାଠ୍ୟକ୍ରମ ମଧ୍ୟରୁ ୫୫ ହଜାର ୩୬୨ ପରୀକ୍ଷାର୍ଥୀଙ୍କୁ ରାଙ୍କ ମିଳିଛି ।

Post Views22 Total Count

Apply Now


This will close in 0 seconds

error: Content is protected !!