କଟୁରୀ ଖୋଲିଦେଲା ହତ୍ୟାର ଗୁମର

ମେଘାଳୟରେ ହନିମୁନ ହତ୍ୟା ମାମଲାର ପୁଣି ଆସିଲା ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ । ଇନ୍ଦୋରର ରାଜା ରଘୁବଂଶୀ ହତ୍ୟାକାଣ୍ଡ ଘଟଣାରେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ହତ୍ୟାକାଣ୍ଡର ଖିଅ କେମିତି ପାଇଲା ପୋଲିସ ତାହା ଜଣାପଡିଛି । ତେବେ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ କୁରାଢି ଖୋଲିଦେଲା ହତ୍ୟାର ଗୁମର ।

ହତ୍ୟା ପରେ ଫିଙ୍ଗିଦେଇଥିବା କୁରାଢି କହିଲା କେମିତି ହୋଇଥିଲା ହତ୍ୟା ।କୁହାଯାଉଛି ନିଜ ଭୁଲ ଯୋଗୁଁ ହିଁ ଧରାପଡ଼ିଗଲେ ସୋନମ୍ ଓ ତାଙ୍କ ପୁରୁଷ ବନ୍ଧୁ ରାଜ୍ କୁଶୱାହା । ହତ୍ୟା ପାଇଁ ବ୍ୟବହୃତ କୁରାଢ଼ି ଜବତ ପରେ ପୋଲିସ ଅଧିକାରୀଙ୍କ ସନ୍ଦେହ ବଢ଼ିଥିଲା ଏବଂ ପରେ ସୋନମ୍ ଓ ରାଜାଙ୍କ କଲ୍ ଡିଟେଲ୍ସ ଯାଞ୍ଚ କରିଥିଲା ପୋଲିସ । ଆଉ ତା ପରେ ସାମ୍ନାକୁ ଆସିଥିଲା ପୂରା ଘଟଣା ।

କୁରାଢ଼ି ଧରାଇଦେଲା ହତ୍ୟାର ସତ । ହତ୍ୟା ପାଇଁ ବ୍ୟବହୃତ ଅସ୍ତ୍ର ସେହି ଅଞ୍ଚଳର ହୋଇନଥିବାରୁ ପୋଲିସର ବଢ଼ିଥିଲା ସନ୍ଦେହ । କୁହାଯାଉଛି ଯେଉଁ ଧାରୁଆ କୁରାଢିରେ ରାଜାଙ୍କୁ ହତ୍ୟା ହୋଇଛି ତାହା ଗଛକଟା ପାଇଁ ବ୍ୟବହାର କରାଯାଏ ।

Post Views73 Total Count

Apply Now


This will close in 0 seconds

error: Content is protected !!