ବିଧାୟକ ପ୍ରଶିକ୍ଷଣ ଶିବିରକୁ ବୟକଟ କଲା ବିଜେଡି

ବିଧାୟକଙ୍କ ପ୍ରିଶିକ୍ଷଣ ଶିବିରକୁ ବିଜେଡିର ବୟକଟ୍। ୧୭ ଓ ୧୮ ତାରିଖରେ ହେବାକୁ ଥିବା ବିଧାନସଭା ପ୍ରଶିକ୍ଷଣ ଶିବିରକୁ ବୟକଟ କରିବ ବିଜୁ ଜନତା ଦଳ। ବିଜେପି ଦଳୀୟ ଭିତ୍ତିରେ ଏହି ଶିବିର ଆୟୋଜନ କରୁଛି ଏବଂ କେନ୍ଦ୍ର ମନ୍ତ୍ରୀଙ୍କୁ ଡାକୁଛି ତେଣୁ ବିଜେଡ଼ି ଏହି ପ୍ରଶିକ୍ଷଣ ଶିବିରକୁ ଯିବନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ସଚେତକ ପ୍ରମିଳା ମଲ୍ଲିକ ।ପ୍ରଶିକ୍ଷଣ ନେବେ ନବାଗତ, ଅଭିଜ୍ଞତା ବାଣ୍ଟିବେ ଅଭିଜ୍ଞ। ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ।

ଆସନ୍ତା ୧୭ ଓ ୧୮ ତାରିଖରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ। ନବନିର୍ବାଚିତ ବିଧାୟକଙ୍କୁ କେଉଁମାନେ ପ୍ରଶିକ୍ଷଣ ଦେବେ ସେନେଇ ସଂଶୋଧିତ ତାଲିକା ଆସିଛି। ଏହି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜେ.ପି ନଡ୍ଡା ପ୍ରଶିକ୍ଷଣ ଦେବାର କାର୍ୟ୍ୟକ୍ରମ ରହିଥିଲା।

ଯେଉଁ ତାଲିକାକୁ ଏବେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ବିଜେପି ନେତା ଏହି କାର୍ୟ୍ୟକ୍ରମର ଉଦଘାଟନ କରିବାକୁ ସ୍ଥିର ହୋଇଥିବାରୁ ଗୃହର ଗାରିମା କ୍ଷୁର୍ଣ୍ଣ ହେବ ବୋଲି ଦର୍ଶାଇ ଦଳୀୟ ବିଧାୟକ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେବେନି ବୋଲି ସ୍ପଷ୍ଟ କରିଥିଲା ବିଜେଡି। ଏବେ ପ୍ରଶିକ୍ଷଣ ଶିବିରକୁ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ସଂଶୋଧିତ ତାଲିକା ଆସିଛି।

Post Views60 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!