କ୍ୟାପଟେନ ବଦଳାଇଛି ମୁମ୍ବାଇ ଇଣ୍ଡିଆନ୍ସ । ରୋହିତଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ବ ଦେଇଛି ମୁମ୍ବାଇ । ଏହି ପରିବର୍ତ୍ତନ ପରେ ମୁମ୍ବାଇ ଇଣ୍ଡିଆନ୍ସର ଫଲୋର୍ସଙ୍କ ସଂଖ୍ୟା କମିଥିବା ଦେଖିବାକୁ ମିଳିଛି । ଇନଷ୍ଟାଗ୍ରାମରେ ପାଖାପାଖି ଦେଖ ଲକ୍ଷରୁ ଅଧିକ ଫଲୋର୍ସ କମିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ଏଭଳି ନିଷ୍ପତ୍ତିକୁ ପ୍ରଂଶସକମାନେ ନାପସନ୍ଦ କରିଥିବା ଦେଖିବାକୁ ମିଳିଛି । ମୁମ୍ବାଇ ଇଣ୍ଡିଆନ୍ସକୁ ୫ଥର ଚାମ୍ପିୟନ କରିଥିବା ରୋହିତ ବଦଳରେ ହାର୍ଦ୍ଦିକଙ୍କୁ ଅଧିନାୟକଭାବେ ଅଧିକାଂଶ ଫ୍ୟାନ୍ସ ପସନ୍ଦ କରୁଥିବା ନଥିବା ମଧ୍ୟ କମେଣ୍ଟ ମାଧ୍ୟମରେ ଜଣାଇଛନ୍ତି ।
ଏବେ ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତଙ୍କ ଯୁଗ ଶେଷ ହୋଇଛି । ମୁମ୍ବାଇ ଇଣ୍ଡିଆନ୍ସରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଳି ଗୁରୁଦାୟିତ୍ୱ । ୨୦୨୪ ଆଇପିଏଲ୍ ସିଜିନ୍ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ଇଣ୍ଡିଆନ୍ସରେ ପାଣ୍ଡ୍ୟାଙ୍କ କାର୍ଯ୍ୟକାଳ ଆରମ୍ଭ ହେବା ସହ ରୋହିତ ଶର୍ମାଙ୍କ ଦଶ ବର୍ଷର ଅଧିନାୟକତ୍ୱ ଯୁଗର ଅବସାନ ହୋଇଛି । ରୋହିତ ଶର୍ମା ୨୦୧୩ରେ ମୁମ୍ବାଇ ଟିମର ଅଧିନାୟକ ହୋଇଥିଲେ। ତାଙ୍କ ନେତୃତ୍ୱରେ ମୁମ୍ବାଇ ପାଞ୍ଚ ଥର ଆଇପିଏଲ୍ ଟ୍ରଫି ଜିତିଥିଲା । ବର୍ତ୍ତମାନ ରୋହିତ ମୁମ୍ବାଇର ଅଧିନାୟକତ୍ବ ହରାଇଛନ୍ତି । କିନ୍ତୁ ସେ ଦଳ ସହ ରହିବେ । ଜଣେ ସାଧାରଣ ଖେଳାଳି ଭାବେ ୨୦୨୪ ଆଇପିଏଲ ସିଜିନରେ ନଜର ଆସିବେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକତ୍ୱରେ ସହାୟତା କରିବେ ଟିମ୍ ପରିଚାଳନା ବିଭାଗ ।



