ରେଢ଼ାଖୋଲ ବନାଞ୍ଚଳରେ ମିଳିଲା ୩ ହାତୀଙ୍କ ମୃତଦେହ

ରେଢ଼ାଖୋଲ ବନାଞ୍ଚଳରେ ୩ ହାତୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଆଜି ସକାଳୁ ନାକଟିଦେଉଳ ରେଞ୍ଜ ବୁରାମାଲ ଜଙ୍ଗଲରେ ୩ଟି ହାତୀ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଦୁଇଟି ବଡ଼ ହାତୀ ସହ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏଭଳି ଅଘଟଣ ପାଇଁ ବନକର୍ମଚାରୀଙ୍କୁ ଦାୟୀ କରିଛନ୍ତି ପିସିସିଏଫ୍। ଏଥିସହ ବିଦ୍ୟୁତ ବିଭାଗର ଅବହେଳାକୁ ମଧ୍ୟ କାରଣ ଦର୍ଶାଇଛନ୍ତି। ବାରହା ଶିକାର ପାଇଁ ବିଛାଯାଇଥିଲା ଇଲେକ୍ଟ୍ରି ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ଘଟିଛି।
ବିଦ୍ୟୁତ ତାର ଲାଗି ହାତୀ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ହାତୀ ମୃତ୍ୟୁ ପଛରେ ଦାୟୀ କିଏ, ସେନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି।ଏଭଳି ଅଘଟଣ ପାଇଁ ବନକର୍ମଚାରୀଙ୍କୁ ଦାୟୀ କରିଛନ୍ତି ପିସିସିଏଫ୍। ଏଥିସହ ବିଦ୍ୟୁତ ବିଭାଗର ଅବହେଳାକୁ ମଧ୍ୟ କାରଣ ଦର୍ଶାଇଛନ୍ତି। ବାରହା ଶିକାର ପାଇଁ ବିଛାଯାଇଥିଲା ଇଲେକ୍ଟ୍ରି ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ଘଟିଛି। ତେବେ ବନ କର୍ମଚାରୀଙ୍କ ଦାୟିତ୍ବ, ସେମାନେ ପାଟ୍ରୋଲିଂ କରି ବିଦ୍ୟୁତ ତାର ସଂଯୋଗ ବିଚ୍ଛିନ୍ନ କରିବା କଥା ବୋଲି ସୁଶାନ୍ତ ନନ୍ଦ କହିଛନ୍ତି।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!