ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମସି) ଡିମଡ ବିଶ୍ଵବିଦ୍ୟାଳୟର ପ୍ରଥମ କୁଳପତି ଡ. ଅନୁପମା ଭଟନଗର ଆଇଆଇଏମସି ଢେଙ୍କାନାଳ ପରିଦର୍ଶନରେ ଆସିଛନ୍ତି।
ସୋମବାର ସକାଳେ ଆଇଆଇଏମସି ଅତିରିକ୍ତ ମହା ନିର୍ଦ୍ଦେଶକ ଡ. ନିମିଶ ରସ୍ତଗୀ ଓ ଆଇଆଇଏମସି ଢେଙ୍କାନାଳ ଆଞ୍ଚଳିକ ନିର୍ଦ୍ଦେଶକ ଡ. ଆନନ୍ଦ ପ୍ରଧାନଙ୍କ ସହ ଆଇଆଇଟି ଭୁବନେଶ୍ୱର, ଏନଆଇଏଫଟି ଭୁବନେଶ୍ୱର ଯାଇ ସେଠାରେ ଶିକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରି ସନ୍ଧ୍ୟାରେ ଢେଙ୍କାନାଳ କ୍ୟାମ୍ପସରେ ପହଞ୍ଚିଥିଲେ। ମଙ୍ଗଳବାର ପୂର୍ବାହ୍ନରେ ସେ ସଂସ୍ଥାନରେ ଚାଲିଥିବା ଭିତ୍ତିଭୂମିର ଉନ୍ନତିକରଣ କାର୍ଯ୍ୟ ଦେଖିଥିଲେ। ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀଙ୍କ ସହ ସ୍ଵତନ୍ତ୍ର ଭାବେ ଆଲୋଚନା କରି ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ କଥା ହୋଇଥିଲେ।ଶିକ୍ଷାର୍ଥୀଙ୍କ ସହ କଥା ହେବାବେଳେ ସେ କହିଛନ୍ତି, ନୂଆ ନୂଆ କଥା ବିଷୟରେ ଜାଣିବାର ଆଗ୍ରହ ବଢାଅ, ନୂଆ ନୂଆ କଥା ଶିଖ ଆଉ ତାକୁ ଯୋଗାଯୋଗ ଓ ସାମ୍ବାଦିକତାର ବିଭିନ୍ନ କ୍ଷେତ୍ରରେ ପ୍ରୟୋଗ କରିବାକୁ ପ୍ରୟାସ କର। ତାସହ ସବୁଠୁ ବଡ଼ କଥା ହେଉଛି ସାଧନା। ଅଧିକରୁ ଅଧିକ ଅଭ୍ୟାସ କରିବାକୁ ହେବ। ଏବେଠୁ ବିଭିନ୍ନ ବିଷୟରେ ଅଧ୍ୟୟନ କରି ସେ ସମ୍ପର୍କରେ ଲେଖିବା ସହ ଦୃଶ୍ୟ-ଶ୍ର।ବ୍ୟ ବିଷୟବସ୍ତୁ ପ୍ରସ୍ତୁତ କରିବା ଦରକାର। ସମୟକୁ ଠିକ୍ ଭାବରେ ଉପଯୋଗ କରି ନିଷ୍ଠାର ସହ କାର୍ଯ୍ୟ କରିବା ଉପରେ ଡ. ଭଟନଗର ଆଶାବ୍ୟକ୍ତ କରିଛନ୍ତି।

