ବଢ଼ିଲା ମାଟ୍ରିକ୍‌ ଫର୍ମ ପୂରଣ ଅବଧି

୨୦୨୫ରେ ହେବାକୁ ଥିବା ମାଟ୍ରିକ୍‌ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଫର୍ମ ପୂରଣ ଅବଧିକୁ ଆସନ୍ତା ୨୫ ତାରିଖ ଯାଏ ବୃଦ୍ଧି କରାଯାଇଛି ।

ଗତ ୩ ତାରିଖରୁ ମାଟ୍ରିକ୍‌ ରେଗୁଲାର ଓ ଏକ୍ସରେଗୁଲାର୍‌ ପରୀକ୍ଷାର୍ଥୀଙ୍କର ଅନ୍‌ଲାଇନ୍‌ରେ ଆରମ୍ଭ ହୋଇଥିବା ଏହି ଫର୍ମ ପୂରଣର ଶେଷ ସମୟ ସୋମବାର ରାତି ୧୧ ଟା ୪୫ ପର୍ଯ୍ୟନ୍ତ ଥିଲା । ମାତ୍ର ଅନେକ ପରୀକ୍ଷାର୍ଥୀ ଧାର୍ଯ୍ୟ ସମୟ ମଧ୍ୟରେ ଫର୍ମ ପୂରଣ କରାଇ ପାରିନଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ଫର୍ମ ପୂରଣ ଅବଧିକୁ ୨୫ ତାରିଖ ରାତି ୧୧ଟା ୪୫ ମିନିଟ୍‌ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ସମୟ ମଧ୍ୟରେ ଯେଉଁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଫର୍ମ ପୂରଣ କରିନଥିବେ ସେମାନେ ଆସନ୍ତା ୨୦୨୫ରେ ହେବାକୁ ଥିବା ମାଟ୍ରିକ୍‌ ପରୀକ୍ଷା ଦେଇପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ-୨୦୨୫ ରେଗୁଲାର୍‌ ଓ ଏକ୍ସରେଗୁଲାର୍‌ ପରୀକ୍ଷା ଆସନ୍ତା ଫେବ୍ରୁଆରୀ ୨୧ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଚାଲିବ ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!