ସରକାର କିଣିବେ ୭୦ ନୂଆ ଆମ୍ବୁଲାନ୍ସ

() ରାଜ୍ୟରେ ରୋଗୀ ସେବା ହେବ ଆହୁରି ସଶକ୍ତ । ଆଉ ୭୦ଟି ଆମ୍ବୁଲାନ୍ସ କିଣିବେ ରାଜ୍ୟ ସରକାର । ୭୦ଟି ଆମ୍ବୁଲାନ୍ସ ମଧ୍ୟରେ ୩୦ଟି ଅତ୍ୟାଧୁନିକ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ରହିଥିବାବେଳେ ବାକି ୪୦ଟି ବେସିକ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ରହିଛି  । ଏଗୁଡ଼ିକ  ୧୦୮ ଆମ୍ବୁଲାନ୍ସ ପରିସୀମା ବାହାରେ କାମ କରିବ । ବିଶେଷକରି ବିଏସକେଓ୍ବାଇରେ ରେଫର ହେଉଥିବା ରୋଗୀଙ୍କୁ ଏହି ଆମ୍ବୁଲାନ୍ସ ସେବା ଯୋଗାଇବା  । ୧୦୮ ଆମ୍ବୁଲାନ୍ସ କେବଳ ସରକାରୀ ଡାକ୍ତରଖାନାକୁ ରୋଗୀଙ୍କୁ ନେଉଥିବାବେଳେ ନୂତନ ଆମ୍ବୁଲାନ୍ସ ବିଏସକେଓ୍ବାଇ ଅନୁବନ୍ଧିତ ବେସରକାରୀ ଡାକ୍ତରଖାନାକୁ ମଧ୍ୟ ରୋଗୀଙ୍କୁ ନେବାଆଣିବା କରିବ  ।

ଘରୋଇ ହସପିଟାଲକୁ ରେଫର ହେଉଥିବା ରୋଗୀଙ୍କୁ ନୂତନ ଆମ୍ବୁଲାନ୍ସ ସେବା ଯୋଗାଇବ  । ଭିଆଇପି ଡ୍ୟୁଟି ସହ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମଧ୍ୟ ନିୟୋଜିତ କରାଯିବ  । ଗୋଟିଏ ଆମ୍ବୁଲାନ୍ସ ପାଇଁ ନିଯୁକ୍ତି ପାଇବେ ୨ ଜଣ ଡ୍ରାଇଭର  । ସେମାନଙ୍କୁ ମାସିକ ୧୫ ହଜାର ଟଙ୍କା ପ୍ରଦାନ କରାଯାଇବ  । ୨ ଜରୁରୀକାଳିନ ମେଡିକାଲ ଟେକନିସିଆନ, ହେଲଫର ମଧ୍ୟ ନିଯୁକ୍ତି ପାଇବେ  । ଏନେଇ ସମସ୍ତ ମେଡିକାଲ କଲେଜ ସୁପରିନଟେଣ୍ଡେଣ୍ଟ, ସିଡିଏମଓ ଏବଂ ପିଏଚଓଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ  ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!