ଜାଣନ୍ତୁ କାହାକୁ ଏମିତି କହିଲେ ରାଜନାଥ

ଧର୍ମ ପଚାରି ମାରିଥିଲେ, ଆମେ କର୍ମ ଅନୁସାରେ ଦଣ୍ଡ ଦେଲୁ। ଆତଙ୍କୀଙ୍କୁ ପୋଷୁଥିବା ପାକିସ୍ତାନକୁ ଶ୍ରୀନଗର ମାଟିରୁ ଆଜି ଏଭଳି ଚରମବାଣୀ ଶୁଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ପାକିସ୍ତାନ ଭଳି ଏକ ଦାୟିତ୍ବହୀନ ଓ ଖଳ ରାଷ୍ଟ୍ର ପାଖରେ ପରମାଣୁ ଅସ୍ତ୍ର ରହିବା ଠିକ୍ କି ବୋଲି ପ୍ରଶ୍ନ କରିଥିଲେ। ଇଣ୍ଟରନ୍ୟାସନାଲ ଆଟମିକ୍ ଏନର୍ଜି ଏଜେନସୀ ବା IAEA ତୁରନ୍ତ ପରମାଣୁ ଅସ୍ତ୍ରଶସ୍ତ୍ରକୁ ନିଜ ତଦାରଖକୁ ନେଉ ବୋଲି କହିଛନ୍ତି ରାଜନାଥ। ଏଥିସହ ପାକିସ୍ତାନକୁ ଭିକାରୀ ନମ୍ବର ୱାନ କହି ତଚ୍ଛଲ୍ୟ ବି କରିଛନ୍ତି ।

ଆତଙ୍କୀ ଭାରତର ମୁଣ୍ଡକୁ ଆଘାତ କଲେ। ଆମେ ସେମାନଙ୍କର ଛାତିକୁ ଚିରି ପ୍ରହାର କରିଛୁ । ଆମ ସେନା କେବଳ ଟାର୍ଗେଟ ଭେଦିଥାଏ, ଶବ ଗଣିଥାଏ ଶତ୍ରୁ । ପହଲଗାମରେ ଧର୍ମ ପଚାରି ନିର୍ଦ୍ଦୋଷଙ୍କୁ ମାରିଲେ ଆତଙ୍କୀ । ଆମେ କର୍ମ ଦେଖି ସେମାନଙ୍କୁ ମୃତ୍ୟୁଦଣ୍ଡ ଦେଇଛୁ । ସୀମାରୁ ଆତଙ୍କବାଦୀ ଓ ଆତଙ୍କୀଙ୍କ ଆକ୍କା ପାଲଟିଥିବା ପାକିସ୍ତାନକୁ ଏମିତି କହି ନିର୍ଧୂମ ଧୋଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜାନାଥ ସିଂ । ସିଧାସିଧା ଚରମବାଣୀ ଶୁଣାଇଛନ୍ତି, ଆଉ ପହଲଗାମ ଭୁଲ ପାଇଁ କିଭଳି ଭୟଙ୍କର ଦଶା ଭୋଗିଲେ କହି ଚେତେଇ ବି ଦେଇଛନ୍ତି । ଆଜି ଶ୍ରୀନଗର ଏୟାରବେସରେ ପହଞ୍ଚିଥିଲେ ରାଜନାଥ ସିଂ। ଯବାନଙ୍କୁ ଭେଟି ଜୋସ୍ ଭରିଥିଲେ। ଦେଶର ଜାଗ୍ରତ ପ୍ରହରୀଙ୍କ ହୋସଲା ବଢ଼ାଇବା ସହ ରାଜନାଥ କହିଥିଲେ, ପାକିସ୍ତାନରେ ପଶି ଆକ୍ରମଣ କରିଛୁ । ଛାତିକୁ ଚିରି ଉଚିତ ଶିକ୍ଷା ଦେଇଛୁ। ଆତଙ୍କବାଦୀ ଘାଟିରେ ହୁଅନ୍ତୁ କି ବଙ୍କରରେ ଯେଉଁଠି ବି ଲୁଚିଥିଲେ ମାରିବୁ । ସେମାନଙ୍କ କର୍ମ ଅନୁସାରେ ଶାସ୍ତି ଦେବା ଭାରତୀୟ ଧର୍ମ ବୋଲି କହିଛନ୍ତି ରାଜନାଥ ।

Post Views20 Total Count

Apply Now


This will close in 0 seconds

error: Content is protected !!