ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା

ଚଳିବ ବର୍ଷ ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ମାର୍ଚ୍ଚ ୬ ତାରିଖ ଯାଏ ଚାଲିବ। ୭ଟା ୩୦ରୁ ସାଢ଼େ ୮ଟା ମଧ୍ୟରେ ଛାତ୍ରୀଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷା ସକାଳ ୯ଟାରୁ ୧୧ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିବ । ପରୀକ୍ଷା ଆରମ୍ଭ ହେବାର ଏକ ଘଣ୍ଟା ଆଗରୁ ଓ ପରୀକ୍ଷା ଶେଷ ହୋଇ ଉତ୍ତର ଖାତା ସିଲ୍‌ ହେବା ପର୍ଯ୍ୟନ୍ତ ପରୀକ୍ଷା କେନ୍ଦ୍ରରେ ଭିଡିଓ ଯୋଗେ ସିଧା ପ୍ରସାରଣ କରାଯିବ । ୩୧୩୩ ପରୀକ୍ଷା କେନ୍ଦ୍ରରେ ଦିନେ ଛାଡ଼ି ଦିନେ ପରୀକ୍ଷା ଆୟୋଜନ କରିବ ବୋର୍ଡ। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।

ଏଥି ସହିତ ବୋର୍ଡ ସଭାପତି ଆହୁରି କହିଛନ୍ତି, ପରୀକ୍ଷା ହେବା ଆଗରୁ ସେଣ୍ଟରରୁ କେହି ପ୍ରଶ୍ନପତ୍ର ମୋବାଇଲ୍‌ରେ ଫଟୋ ଉଠାଇ ପ୍ରଘଟ (ଭାଇରାଲ୍‌) କଲେ ସହଜରେ ଧରା ପଡ଼ିଯିବେ । ପ୍ରଶ୍ନପତ୍ର ପ୍ରଘଟକାରୀଙ୍କୁ ସାବାଡ୍‌ କରିବା ପାଇଁ ଏଥର ମାଟ୍ରିକ୍‌ର ପ୍ରତି ପ୍ରଶ୍ନପତ୍ର ଉପରେ ପରୀକ୍ଷାର୍ଥୀଙ୍କ ବୁକ୍‌ଲେଟ୍‌ର କ୍ରମିକ ନମ୍ବର ତଥା ସିରିଏଲ୍‌ ନମ୍ବର ୱାଟର୍‌ ମାର୍କରେ ଉଲ୍ଲେଖ ରହିବ । ବୁକଲେଟ୍‌ ନମ୍ବର ୱାଟର ମାର୍କ ସହ କ୍ୟୁ-ଆର୍‌ (କୁଇକ୍‌ ରେସ୍‌ପନ୍ସ) କୋଡ୍‌ ନମ୍ବର ଏବଂ ଷ୍ଟାଟିକ୍‌ କ୍ୟୁ-ଆର୍‌ କୋଡ୍‌ ଛାପ ପ୍ରତିଟି ପ୍ରଶ୍ନପତ୍ର ଉପରେ ଉଲ୍ଲେଖ କରାଇବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।

ଚଳିବ ବର୍ଷ ବୋର୍ଡ ପରୀକ୍ଷାରେ କପି ରୋକିବାକୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ର ଏବଂ ନେଡାଲ ସେଣ୍ଟର ଗୁଡ଼ିକରେ ଏଆଇ କ୍ୟାମେରା ଖଞ୍ଜା ଯାଇଛି। ଏଥି ସହିତି ୪ ସ୍ତରୀୟ ସ୍କ୍ବାର୍ଡ ଗଠନ କରାଯାଇଛି। ମୋଟ ୧୭୨ ଟି ସ୍କ୍ବାର୍ଡ ଗଠନ ହେବ। ଜିଲ୍ଲା ଶିକ୍ଷା ଅଧିକାରୀ ୭୦ ଟିମ୍, ବୋର୍ଡ ପକ୍ଷରୁ ୪୨ ଟିମ୍, ଶିକ୍ଷା ବିଭାଗ ଏବଂ ପୋଲିସ ପ୍ରଶାସନ ସ୍କ୍ବାର୍ଡ ଟିମ୍ ଗଠନ ହେବ। ସିଧା ପ୍ରସାରଣ ଅନୁଧ୍ୟାନ ଲାଗି ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଏକ କଣ୍ଟ୍ରୋଲ୍‌ ରୁମ୍‌ ରହିବ । କଣ୍ଟ୍ରୋଲ୍‌ ରୁମ୍‌ରେ ବୋର୍ଡ ଅଧିକାରୀମାନେ ବସି ପରୀକ୍ଷା କେନ୍ଦ୍ରରେ ପରିଚାଳନା ବ୍ୟବସ୍ଥାକୁ ଅନୁଧ୍ୟାନ କରିବେ । ସିଧା ପ୍ରସାରଣ ସମୟରେ ଯଦି କୌଣସି କେନ୍ଦ୍ରର ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୁଏ, ବୋର୍ଡ ଦ୍ୱାରା ଗଠିତ ସ୍କାଡ ତ୍ୱରିତ୍ୱ ପଦକ୍ଷେପ ନେବା ସହ କାର୍ଯ୍ୟାନୁଷ୍ଠାନ ନେବ। ଆସନ୍ତା ୧୨ ତାରିଖରୁ ୩୦ ଜିଲ୍ଲାର ୩୧୪ ପରୀକ୍ଷା ନେଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ପଠାଇବାକୁ ପ୍ରକ୍ରିୟା ଆରମ୍ଭ କରିବ ବୋର୍ଡ। ୧୯ ତାରିଖ ସୁଦ୍ଧା ନୋଡାଲ କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନ।

 

Post Views5 Total Count

Apply Now


This will close in 0 seconds

error: Content is protected !!