ନିର୍ବାସିତ ଭାରତୀୟଙ୍କୁ ଆଣି ଅମୃତସରରେ ଛାଡ଼ିଲା ଆମେରିକୀୟ ବିମାନ

ଏକ ଆମେରିକୀୟ ସାମରିକ ବିମାନ ପ୍ରାୟ ୨୦୫ ଜଣ ଭାରତୀୟ ନାଗରିକଙ୍କୁ ଆଣି ବୁଧବାର ଦିନ ଅମୃତସରରେ ଛାଡ଼ିଛି। ଅବୈଧ ଭାବରେ ଆମେରିକାରେ ପ୍ରବେଶ କରିଥିବା ଭାରତୀୟମାନଙ୍କୁ ନିଜ ଦେଶକୁ ଫେରାଇବା ବେଳେ ସେମାନଙ୍କ ହାତରେ ହ୍ୟାଣ୍ଡ୍‌ପକ୍‌ ଓ ଗୋଡ଼ରେ ଚେନ ପକା ଯାଇଥିଲା ବୋଲି ନିର୍ବାସିତ ଭାରତୀୟମାନେ ଅଭିଯୋଗ ଆଣିଛନ୍ତି।

ତେବେ ଆମରିକାରୁ ଭାରତକୁ ଫେରିଥିଲେ ନାଗରିକମାନଙ୍କ ମଧ୍ୟରେ ୧୯ ଜଣ ମହିଳା ଓ ୧୩ ଜଣ ନାବାଳକ ରହିଛନ୍ତି। ନିର୍ବାସିତ ନାଗରିକମାନଙ୍କ ମଧ୍ୟରୁ ଜଶପାଲ୍‌ ସିଂହ ନାମକ ଜଣେ ଜଶପାଲ୍‌ ୩୬ ବର୍ଷୀୟ ଯୁବକ କହିଛନ୍ତି କି ‘‘ଅମୃତସରରେ ଅବତରଣ କରିବା ପରେ ହିଁ ଆମମାନଙ୍କ ହାତ ଓ ଗୋଡ଼ ଖୋଲଯା ଯାଇଥିଲା। ଆମେ ଭାବିଥିଲୁ ଯେ ଆମକୁ ଅନ୍ୟ ଏକ ଶିବିରକୁ ନିଆଯାଉଛି। ତା’ପରେ ଜଣେ ପୁଲିସ ଅଧିକାରୀ ଆମକୁ କହିଲେ ଯେ ଆମକୁ ଭାରତ ନିଆଯାଉଛି। ଆମକୁ ହାତକଡ଼ି ପିନ୍ଧାଯାଇଥିଲା ଏବଂ ଆମ ଗୋଡକୁ ଶିକୁଳିରେ ବନ୍ଧାଯାଇଥିଲା। ହାତଗୋଡ଼ ଯାଇ ଅମୃତସର ବିମାନବନ୍ଦରରେ ଖୋଲାଯାଇଥିଲା,”।

ଦୁଇ ଦେଶ ମିଳିତ ଭାବେ ଆମେରିକାରେ ଥିବା ପ୍ରାୟ ୧୮,୦୦୦ ବେଆଇନ ଭାବେ ପ୍ରବେଶ କରିଥିବା ଭାରତୀୟଙ୍କୁ ଦେଶାନ୍ତର କରିବା ପାଇଁ ଚିହ୍ନଟ କରିଛନ୍ତି । ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ । ଅନ୍ୟାନ୍ୟ ଦେଶ ଭଳି ଭାରତ ମଧ୍ୟ ଟ୍ରମ୍ପ ପ୍ରଶାସନକୁ ଖୁସି କରିବା ଏବଂ ଏହାର ବାଣିଜ୍ୟ ବିପଦର ପ୍ରଭାବକୁ ଏଡ଼ାଇବା ପାଇଁ ପରଦା ପଛରେ କାମ କରୁଛି । ବେଆଇନ ପ୍ରବାସ ବିରୋଧରେ କାର୍ଯ୍ୟାନୁଷ୍ଟାନ ଟ୍ରମ୍ପଙ୍କ ପାଇଁ ଏକ ପ୍ରମୁଖ ପ୍ରଚାର ପ୍ରତିଶ୍ରୁତି ହୋଇଛି ।

Post Views19 Total Count

Apply Now


This will close in 0 seconds

error: Content is protected !!