ମଧ୍ୟପ୍ରଦେଶ ସିହୋର ଜିଲ୍ଲାର କୁବେରେଶ୍ବର ଧାମରେ ଦଳାଚକଟା । ଦଳାଚକଟା ଯୋଗୁଁ ୨ ଜଣ ମହିଳାଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ହସପିଟାଲକୁ ପଠାଇଛି ।
ଖବର ମୁତାବକ, କୁବେରେଶ୍ବର ଧାମରେ ଶ୍ରାବଣ ମାତ୍ରରେ କାଉଡିଆ ପାଇଁ ଅଧିକ ଭିଡ଼ ଜମିଥିଲା । ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ହଠାତ୍ ଠେଲାପେଲା ହୋଇଥିଲେ । ଫଳରେ ଏଠାରେ ଥିବା ୨ ଜଣ ମହିଳା ତଳେ ପଡିଯାଇଥିଲେ । ଦଳାଚକଟା ଯୋଗୁଁ ୨ ଜଣ ମହିଳାଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆହତଙ୍କୁ ହସପିଟାଲ ପଠାଯାଇଛି ।

