ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସୁଜିତ କୁମାର

ଓଡ଼ିଆରେ ଶପଥ ନେଲେ ବିଜେପି ସାଂସଦ ସୁଜିତ କୁମାର । ଶପଥ ଗ୍ରହଣ ପରେ ଜୟ ଜଗନ୍ନାଥ ବୋଲି ସମ୍ବୋଧନ କଲେ ସୁଜିତ କୁମାର ।

ସୂଚନା ଥାଉକି, ଗତ ୧୦ ତାରିଖରେ ରାଜ୍ୟସଭା ଉପ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଥିଲା ଶେଷ ତାରିଖ। ଆଉ ଓଡ଼ିଶାରୁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଭରିଥିଲେ ବିଜେପି ପ୍ରାର୍ଥୀ ସୁଜିତ କୁମାର। ତାଙ୍କ ବିପକ୍ଷରେ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନ ଥିବାରୁ ସୁଜିତ କୁମାର ନିର୍ଦ୍ଵନ୍ଦ୍ଵରେ ସଂସଦର ଉଚ୍ଚସଦନକୁ ଦ୍ଵିତୀୟ ଥର ନିର୍ବାଚିତ ହୋଇଥିଲେ । ମମତା ମହାନ୍ତଙ୍କ ଫର୍ମୁଲାରେ ସୁଜିତ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

ପୂର୍ବରୁ ନାମାଙ୍କନ ଭରିବା ପୂର୍ବରୁ ସୁଜିତ କହିଥିଲେ, ପଶ୍ଚିମ ଏବଂଦକ୍ଷିଣ ଓଡ଼ିଶାର ବିକାଶକୁ ପ୍ରାଧାନ୍ୟ ଦିଆଯିବ। ପଶ୍ଚିମ ଓଡ଼ିଶାରେ ରେଳପଥର ବିକାଶ ସହ ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦିଆଯିବ। ବିଜେପି ତାଙ୍କ ଉପରେ ଆସ୍ଥା ପ୍ରକଟ କରି ପୁଣିଥରେ ଟିକେଟ ଦେଇଥିବାରୁ ସେ ବିଜେପି ଦଳ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଵଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସୁଜିତ କୁମାର ଧନ୍ୟବାଦ୍ ଜଣାଇଥିଲେ।

ସୁଜିତ କୁମାରଙ୍କ ଇସ୍ତଫା ଦେବା ପରେ ଓଡ଼ିଶାରୁ ରାଜ୍ୟସଭାର ଗୋଟିଏ ଆସନ ଖାଲି ପଡ଼ିଥିଲା । ସୁଜିତଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା । କିନ୍ତୁ ଏହା ପୂର୍ବରୁ ଗତ ସେପ୍ଟେମ୍ବର ୬ ତାରିଖରେ ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାର ଇସ୍ତଫା ଦେବା ପରେ ବିଜେଡି ଛାଡ଼ିଥିଲେ। ଏହା ପରେ ସେ ବିଜେପିରେ ଯୋଗ ଦେଇଥିଲେ।

ତାଙ୍କ ପୂର୍ବରୁ ମମତା ମହନ୍ତ ବିଜେଡ଼ିରୁ ଇସ୍ତଫା ଦେଇଥିଲେ । ଏହା ପରେ ପୁଣି ଥରେ ସେ ବିଜେପି ପକ୍ଷରୁ ରାଜ୍ୟସଭାକୁ ଯାଇଥିଲେ । ମମତା ମହାନ୍ତଙ୍କ ଭଳି ବିଜେପି ପୁଣି ଥରେ ସୁଜିତଙ୍କୁ ରାଜ୍ୟସଭାକୁ ପଠାଉଛି। ବିଧାନସଭାରେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେପି ପ୍ରାର୍ଥୀ ହିଁ ରାଜ୍ୟସଭାକୁ ଯିବେ ବୋଲି ପୂର୍ବରୁ ସୁନିଶ୍ଚିତ ହୋଇଥିଲା।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!