ଲଞ୍ଚହେବ ପ୍ରୋବା-୩ ସାଟେଲାଇଟ

ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁଲଞ୍ଚ ହେବ ୟୁରୋପୀୟ ସ୍ପେସ ଏଜେନ୍ସିର ପ୍ରୋବା-୩ ସାଟେଲାଇଟ । ତ୍ରୁଟି ଯୋଗୁଁ ଗତକାଲି ଉତକ୍ଷେପଣ ସ୍ଥଗିତ ରଖାଯାଇଥିବା ବେଳେ ଆଜି ୪ଟା ୧୨ରେ ଏହାକୁ ଉତକ୍ଷେପଣ କରାଯିବ । ଭାରତର ସବୁଠୁ ଭସାଯୋଗ୍ୟ ପିଏସଏଲଭି-ସି୫୯ ରକେଟ ଯୋଗେ ଏହି ସାଟେଲାଇଟକୁ ଲଞ୍ଚ କରାଯିବ । ସୂଚାରିପାଖ ଖୁବ୍ ଧୂଆଁଳିଆ ହୋଇଥିବାରୁ ଏହାକୁ ଖାଲି ଆଖିରେ ଦେଖିବା ଅସମ୍ଭବ ।

ଏହା କେଉଁ ଉପାଦାନରେ ତିଆରି ହୋଇଛି ସାଟେଲାଇଟ୍ ମାଧ୍ୟମରେ ତାହା ଜାଣିବାକୁ ଚେଷ୍ଟା କରାଯାଉଛି । ସୂର୍ଯ୍ୟ ଚତୁଃପାର୍ଶ୍ୱରେ ଦୁଇ ପ୍ରକାର କୋରୋନା ଯଥା ହାଇ-କୋରୋନା ଓ ଲୋ-କୋରୋନା ରହିଛି । ଅନେକ ସାଟେଲାଇଟ୍ ଏହାର ଅଧ୍ୟୟନ କରୁଛନ୍ତି, କିନ୍ତୁ ଉଭୟ ପରସ୍ତ ମଧ୍ୟରେ ଥିବା କଳା ଅଂଶର ଅଧ୍ୟୟନ କରିବ ପ୍ରୋବା-୦୩ ।

ଏହା ସୌର ପବନ ଓ କୋରୋନାଲ ମାସ୍ ଇଜେକ୍ସନର ମଧ୍ୟ ଅଧ୍ୟୟନ କରିବ । ଏହି ସାଟେଲାଇଟ୍ ଯୋଗୁ ବୈଜ୍ଞାନିକମାନେ ମହାକାଶର ପାଣିପାଗ ଓ ପବନର ଅଧ୍ୟୟନ କରିପାରିବେ । ପ୍ରୋବା-୩କୁ ବିଶ୍ବର ପ୍ରଥମ ପ୍ରିସିସନ୍ ଫର୍ମେସନ୍ ଫ୍ଲାଇଂ ମିଶନ ବୋଲି କୁହାଯାଉଛି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!