ପୁଷ୍ପାରାଜ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ। ପୁଷ୍ପା-୨ ସ୍କ୍ରିନିଂ ବେଳେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟର ନିକଟରେ ଘଟିଥିବା ଦଳାଚକଟା ଘଟଣାରେ ପୋଲିସ ତାଙ୍କୁ ଗିରଫ କରିଛି। ଅଲ୍ଲୁଙ୍କୁ ଚି଼କ୍କାଡାପଲ୍ଲୀ ଥାନାକୁ ନିଆଯାଇଛି।

ସୂଚନାଯୋଗ୍ୟ ଡିସେମ୍ବର ୪ ରେ ଏହି ଘଟଣା ଘଟିଥିଲା ଯେତେବେଳେ ଅଭିନେତାଙ୍କ ଟିକିଏ ଝଲକ ଦେଖିବାକୁ ସନ୍ଧ୍ୟା ଥିଏଟରରେ ବହୁ ଜନସମାଗମ ହୋଇଥିଲା।

ଏଠାରେ ରେବଥି ନାମକ ଜଣେ ୩୯ ବର୍ଷ ବୟସ୍କା ମହିଳା ଶ୍ୱାସରୁଦ୍ଧ ହୋଇ ଜୀବନ ହରାଇଥିବାବେଳେ ତାଙ୍କର ଆଠ ବର୍ଷର ପୁଅ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମହିଳାଙ୍କ ପରିବାରର ଅଭିଯୋଗ ପରେ ପୋଲିସ ଡିସେମ୍ବର ୫ ରେ ଅର୍ଜୁନ, ତାଙ୍କ ସୁରକ୍ଷା ଦଳ ଏବଂ ଥିଏଟର ମ୍ୟାନେଜମେଣ୍ଟ ବିରୋଧରେ ମାମଲା ଦାୟର କରିଥିଲା।

Post Views115 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!